ମାଥିଲି ୨୫।୮: ପୂଜାର୍ଚ୍ଚନା ପରେ ହଷ୍ଟେଲକୁ ଫେରିଛନ୍ତି ଛାତ୍ରଛାତ୍ରୀ । ଭୂତ ଭୟରେ ଛାଡିଥିଲେ ହଷ୍ଟେଲ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କଦମଗୁଡା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ସୂଚନାଯୋଗ୍ୟ ଯେ, ଗତ ପ୍ରାୟ ସପ୍ତାହେ ତଳେ ବିଦ୍ୟାଳୟରେ ଭୂତ ଭୟ ଯୋଗୁଁ ଆତଙ୍କିତ ହୋଇଥିଲେ ଅନ୍ତେବାସୀ । ଏପରିକି ସେମାନଙ୍କ ମଧ୍ୟରୁ କିଛି ଅନ୍ତେବାସୀଙ୍କ ନିକଟରେ ଭିନ୍ନ ଲକ୍ଷଣ ପରିଲକ୍ଷିତ ହୋଇଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତେବାସୀଙ୍କୁ ନିକଟରେ ଥିବା ଅନ୍ୟ ଏକ ହଷ୍ଟେଲକୁ ସ୍ଥାନାନ୍ତର କରିଥିଲେ । ତେବେ ଗ୍ରାମବାସୀ କିନ୍ତୁ କିଛି ଭିନ୍ନ ମତ ରଖିଥିଲେ । ବିଦ୍ୟାଳୟ ନିକଟରେ ଥିବା ଦେବୀଙ୍କ ପୂଜାର୍ଚ୍ଚନା ଠିକ୍ରେ ହୋଇନଥିବାରୁ ଏପରି ଘଟୁଥିବା ପ୍ରକାଶ କରିଥିଲେ । ଏଥିସହ ବିଦ୍ୟାଳୟରେ ଏକ ପୂଜା କରି ସବୁକିଛି ଠିକଠାକ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଶନିବାର ଏକ ଗୁଣିଆକୁ ଗ୍ରାମବାସୀ ଡାକି ବିଦ୍ୟାଳୟରେ ଆବଶ୍ୟକୀୟ ସରଂଜାମ ସହ ପୂଜା କରିଥିଲେ । ପରେ ଅନ୍ତେବାସୀ ମାନେ ବିଦ୍ୟାଳୟକୁ ଫେରିଥିଲେ । ଏ ସଂପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ଅନ୍ଧବିଶ୍ବାସକୁ କେବେ ମଧ୍ୟ ପ୍ରସୟ ଦିଆଯାଇନାହିଁ । ଯେହେତୁ ଅନ୍ତେବାସୀ ମାନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏବଂ ଏଠାକାର ବାସିନ୍ଦା ଙ୍କ କିଛି ପରମ୍ପରା ରହିଛି ଯାହାକୁ ଅସମ୍ମାନ କରିବା ଠିକ ହେବନାହିଁ । ଏହାବ୍ୟତୀତ ଛାତ୍ରଛାତ୍ରୀ ମାନେ ଏକପ୍ରକାର ମାନସିକ ଚାପଗ୍ରସ୍ତ ହୋଇଥିଲେ ସେଥିପାଇଁ ବିଦ୍ୟାଳୟରେ ପୂଜାର୍ଚ୍ଚନା କରାଯାଇଥିବା ପ୍ରକାଶ କରିଛନ୍ତି ।
You Can Read:
ଖୋଲିଲା ହୀରାକୁଦ ଡ୍ୟାମ୍ ଆଉ ୬ ଗେଟ୍, ୬୨୧.୯୭ ଫୁଟରେ ପହଞ୍ଚିଛି ଜଳସ୍ତର