ଖୋଲିଲା ହୀରାକୁଦ ଡ୍ୟାମ୍‌ ଆଉ ୬ ଗେଟ୍, ୬୨୧.୯୭ ଫୁଟରେ ପହଞ୍ଚିଛି ଜଳସ୍ତର

Published By : Prameya-News7 Bureau | August 25, 2024 IST

ଭୁବନେଶ୍ବର ୨୫: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ । ଉପରମୁଣ୍ଡରୁ ଜଳପ୍ରବେଶ ବଢିବାରୁ ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ପୁଣି ୬ଟି ଗେଟ୍ ଖୋଲିବା ଦ୍ବାରା ସମୁଦାୟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ବର୍ତ୍ତମାନ ବାମ ପାର୍ଶ୍ବର ୧୩ ଓ ଡାହାଣ ପାର୍ଶ୍ବର ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୨୧.୯୭ ଫୁଟରେ ପହଞ୍ଚିଥିବା ବେଳେ ପ୍ରତି ସେକେଣ୍ଡରେ ୩ ଲକ୍ଷ ୫୯ ହଜାର ୪୦୫ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୯ ହଜାର ୯୮୭ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

You Can Read:

ଶଙ୍ଖ ଭବନରେ ବିଜେଡ଼ିର ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଯୋଗଦେଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.