ଶଙ୍ଖ ଭବନରେ ବିଜେଡ଼ିର ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଯୋଗଦେଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ

Published By : Prameya-News7 Bureau | August 25, 2024 IST

ଭୁବନେଶ୍ବର ୨୫: ବିଜେଡ଼ିର ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ ବିଧାୟକ ଅରୁଣ ସାହୁ କହିଛନ୍ତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଠୁ ଆରମ୍ଭ କରି ଶୂନ୍ୟକାଳ, ମୁଲତବୀ ଆଲୋଚନା ଓ ବିଧାନସଭା ନିୟମାବଳୀ ନେଇ ଆଲୋଚନା ହୋଇଛି । ବିଧାନସଭାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ କେବଳ ଭାଷଣବାଜିରେ ସୀମିତ ରହିଥିଲା । ନୂଆ ବିଧାୟକଙ୍କୁ କିଛି ଶିଖିବାକୁ ମିଳିନାହିଁ । କିନ୍ତୁ ବିଜେଡି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭଲ ବିଧାୟକ ଭାବେ କିପରି ଭୂମିକା ତୁଲାଇବେ ସେ ନେଇ ଆଲୋଚନା ହୋଇଛି । ବିଜେଡି ନେତା ସଂତୃପ୍ତ ମିଶ୍ର କହିଛନ୍ତି, ବିଧାନସଭା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କରାଯାଇ ଥିବାରୁ ବିଜେଡି ବୟକଟ୍ କରି ନୂଆ ବିଧାୟକଙ୍କୁ ଅଲଗା ପ୍ରଶିକ୍ଷଣ ଦିଆଯାଇଛି । ମୋଟ୍ ୧୦ଟି ଟେକନିକାଲ ସେସନ୍ କରାଯାଇଛି । ଭଲ ବିଧାୟକ କିପରି ହୋଇପାରିବେ, ବିଭିନ୍ନ କମିଟିରେ କିପରି କାମ କରିବେ, ସରକାରଙ୍କୁ କିପରି ଜବାବ ମାଗିବେ, ବିଧାନସଭାର ସମସ୍ତ କାର୍ଯ୍ୟାବଳୀରେ କିପରି ନିଜକୁ ସାମିଲ କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଛି । ବିଜେଡି ଅନେକ ବର୍ଷ ସରକାରରେ ଥିଲେ ବି ବିରୋଧୀ ଦଳ ଭାବେ ନୂଆ । ତେଣୁ ସରକାର ପରି ବିରୋଧୀଦଳର ଭୂମିକା କିପରି ନିର୍ବାହ କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଛି । ସରକାରଙ୍କୁ କିପରି ଉତ୍ତର ଦାୟୀ କରାଇବେ ସେ ନେଇ ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ବରିଷ୍ଠ ବିଧାୟକ । ଦଳର ବରିଷ୍ଠ ବିଧାୟକ ମାନେ ନୂଆ ବିଧାୟକଙ୍କୁ ଏସବୁ ବାବଦରେ ତାଲିମ ଦେଇଛନ୍ତି ।

You Can Read:

ଆସନ୍ତା ୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.