ମାଲକାନଗିରି ୨୧।୧୨ : ଦୁଇ ଦିନିଆ ମାଲକାନଗିରି ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଶୁକ୍ରବାର ଦିନ ଜିଲ୍ଲା ପରିଷଦ ସଭା ଗୃହରେ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ଜିଲ୍ଲାର ୨ଟି ଜଳଭଣ୍ଡାର ଓ ୨ଟି ଜଳପ୍ରପାତ ବିକାଶ ସହ ଜିଲ୍ଲାରେ ଇକୋ ରିଟ୍ରିଟ୍ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ସେହିପରି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଯେଉଁ ହିତାଧିକାରୀଙ୍କ ସୁଭଦ୍ରା ଆବେଦନ ନାକଚ ହୋଇଛି । ସେମାନଙ୍କ ତାଲିକାକୁ ଯାଞ୍ଚ କରିବାକୁ ଉପ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଜିଲ୍ଲାରେ ୬୦ ହଜାର ଲକ୍ଷପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି । ଏହା ସହ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଟିମ ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସହ ଡିପିଆର ପ୍ରସ୍ତୁତ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।