କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଦୁର୍ଗା ମଣ୍ଡପ ବୁଲି ମା’ଙ୍କୁ କଲେ ଦର୍ଶନ

Published By : Prameya-News7 Bureau | October 12, 2024 IST

କେନ୍ଦୁଝର ୧୨।୧୦: ଶାରଦୀୟ ଦୁର୍ଗାପୂଜା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ଠାରୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରୁ ଏକ ସ୍ଵତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଆସି ଅପରାହ୍ନ ୫ଟା ସମୟରେ ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପରେ ଅବତରଣ କରିବା ପରେ କାର୍ ଯୋଗେ ସିଧା ସର୍କିଟ ହାଉସକୁ ଯାଇ କିଛି ସମୟ ବିଶ୍ରାମ ନେଇଥିଲେ । ଏହାପରେ ବାମପାର ସ୍ଥିତ ସାଇ ମନ୍ଦିରକୁ ୬ଟା ସମୟରେ ଯାଇ ସେଠାରେ ଠାକୁର ଦର୍ଶନ କରିବା ପରେ ସେଠାରୁ ନ୍ୟୁ କଲୋନୀ ସ୍ଥିତ ଦୁର୍ଗା ମଣ୍ଡପକୁ ଯାଇ ମା’ ଦୁର୍ଗାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ ଓ ପୂଜା କମିଟିଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଏହାପରେ ଟେଲିଫୋନ ଏକ୍ସଚେଞ୍ଜ ଛକ ଠାରେ ବଙ୍ଗାଳୀ ସମାଜ ପକ୍ଷରୁ ହୋଇଥିବା ଦୁର୍ଗା ମଣ୍ଡପକୁ ଯାଇ ମା’ଙ୍କୁ ଦର୍ଶନ କରିଥିଲେ । ସେଠାରୁ ବୁଲାଦାର ସାହି ସ୍ଥିତ ଗୁଜରାଟୀ ସମାଜ ଦୁର୍ଗା ମଣ୍ଡପ ଠାରେ ପ୍ରାୟ ଦୁଇ ଘଣ୍ଟା ସମୟ ବିତେଇବା ପରେ ୯ଟା ୪୫ ମିନିଟ ସମୟରେ ସର୍କିଟ ହାଉସ ଫେରି ସେଠାରେ ରାତ୍ରୀଯାପନ କରିବେ । ରବିବାର ସକାଳ ୮ ସମୟରେ ସର୍କିଟ ହାଉସରୁ ପ୍ରଥମେ ତାଙ୍କ ନିଜ ଗାଁ ରାଇକଳାକୁ ଯାଇ ସେଠାରେ କିଛି ଘଣ୍ଟା ରହିବା ପରେ ବିଭିନ୍ନ ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । 

You Can Read: 

ଢେଙ୍କାନାଳ ଯୁବତୀ ଅପହରଣ ମାମଲା : ତିଗିରିଆ ଆଶ୍ରମର ରଙ୍ଗିଲା ବାବାଙ୍କୁ ଉଠାଇ ନେଲା ପୋଲିସ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.