ବ୍ରହ୍ମପୁର ୩୧/୮: ଚିକିଟି ମଦ ମୃତ୍ୟୁ ମାମଲା । ବିଷାକ୍ତ ମଦ ନେଲା ଆଉ ଜଣଙ୍କ ଜୀବନ । ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି । ବ୍ରହ୍ମପୁର MKCG ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଚିକିଟି ବ୍ଲକ ଜେନାପୁର ସାହିର ଲକ୍ଷ୍ଣଣ ବେହେରା । ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା ।
ଏବେବି ଆହୁରି ୮ ଜଣ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ପୂର୍ବରୁ ବିଷାକ୍ତ ମଦ ପିଇ ଜେନାପୁର ଗାଁର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ହୋଇସାରିଛି ।ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୨୧ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୮ ଜଣ ଗୁରୁତରଙ୍କ ଚିକିତ୍ସା ଚାଲିଛି । ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ।
ମଦ ମୃତ୍ୟୁ ଘଟଣାକୁ ନେଇ ସରକାର ବିରୋଧୀ ମୁହାଁମୁହିଁ ହୋଇଥିଲେ । ପରେ ଅବକାରୀ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିଲା । ଘଟଣାରେ ମୋଟ୍ ୭ ଜଣଙ୍କୁ ଗିରଫ କରାଯାଇଛି ।