ରୁଷ ଏବଂ ବେଲାରୁଷ ଗସ୍ତ କରିବେ ଚୀନ ପ୍ରତିରକ୍ଷା ମନ୍ତ୍ରୀ, ପାଶ୍ଚାତ୍ୟ ଦେଶଙ୍କ ବିରୋଧ ସତ୍ତ୍ୱେ ଲି'ଙ୍କ ଯାତ୍ରା

Published By : Prameya-News7 Bureau | August 14, 2023 IST

ନୂଆଦିଲ୍ଲୀ: ଚୀନ ରକ୍ଷା ମନ୍ତ୍ରୀ ଲି ଶାଂଗଫୁ ରୁଷ ଏବଂ ବେଲାରୁଷ ଗସ୍ତରେ ବାହାରିଛନ୍ତି । ଏହି ଦୁଇ ଦେଶକୁ ସମର୍ଥନ ଜଣାଇବା ପାଇଁ ସେ ଏହି ଗସ୍ତ କରୁଛନ୍ତି । ୟୁକ୍ରେନ ଉପରେ ରୁଷର ସୈନ୍ୟ ଆକ୍ରମଣ ପରଠୁ ପାଶ୍ଚାତ୍ୟ ଦେଶ ଏହି ଦେଶ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଆସୁଛନ୍ତି । ଚୀନ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କର୍ଣ୍ଣଲ ୱୁ କିୟାନ କହିଛନ୍ତି ୟେ ରକ୍ଷାମନ୍ତ୍ରୀ ଶାଂଗଫୁ ସୋମବାରଠୁ ନିଜର ଛଅ ଦିନିଆ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଗସ୍ତରେ ସେ ଅନ୍ତରାଷ୍ଟ୍ରୀୟ ସୁରକ୍ଷା ଉପରେ ମସ୍କୋ ସମ୍ମିଳନୀରେ ଭାଷଣ ଦେବେ ଏବଂ ଅନ୍ୟ ଦେଶର ନିଜ ସମକକ୍ଷଙ୍କ ସହ ଆଲୋଚନା କରିବେ ।

ପଢନ୍ତୁ: ଭାରତ-ଚୀନ୍ କମାଣ୍ଡରସ୍ତରୀୟ ବୈଠକ, ବିବାଦୀୟ ସୀମାରୁ ସେନା ପ୍ରତ୍ୟାହାର ନେଇ ହେବ ଆଲୋଚନା

ରୁଷର ସରକାରୀ ନ୍ୟୁଜ୍ ଏଜେନ୍ସି ଟାସ୍ କହିଛି ସର୍ଗେଇ ଲାଭରୋବ ସମ୍ମିଳନୀରେ ‘ବିଶ୍ୱର ଅଧିକାଂଶ ଦେଶଙ୍କ ଦ୍ୱାରା ପାଶ୍ଚାତ୍ୟ ତନ୍ତ୍ରରୁ ବାହାରେ ବିକାଶର ରାସ୍ତା ଖୋଜିବା, ଏଥିରେ ନୂତନ ପ୍ରକାରର ବହୁପାକ୍ଷିକ ସଂଘକୁ ମଜଭୁତ କରିବା ସାମିଲ ରହିଛି’ ଉପରେ ଭାଷଣ ଦେବେ । ଏଥିରେ କୁହାଯାଇଛି ଯେ ପ୍ରାୟ ୧୦୦ ଦେଶ ଏବଂ ଆଠ ଅନ୍ତରାଷ୍ଟ୍ରୀୟ ସଂଗଠନର ପ୍ରତିନିଧିଙ୍କୁ ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଆମନ୍ତ୍ରିତ କରାଯାଇଛି ।  

ଲିଙ୍କ ଉପସ୍ଥିତି ଚୀନ ଏବଂ ରୁଷ ଦ୍ୱାରା ପାଶ୍ଚାତ୍ୟ ନେତୃତ୍ୱାଧିନ ଉଦାର-ଲୋକତାନ୍ତ୍ରିକ ବିଶ୍ୱ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ନିଜର ବିଦେଶ ନୀତି ଅଭିଯାନକୁ ରେଖାଙ୍କିତ କରୁଛି । ଏହାପରେ ରୁଷର ଘନିଷ୍ଠ ସହଯୋଗୀ ବେଲାରୁଷ ଯାତ୍ରା କରିବେ । ମନ୍ତ୍ରାଳୟ କହିଛି, 'ଲି ସେଠାରେ ବେଲାରୁଷୀ ରାଜ୍ୟ ଏବଂ ସୈନ୍ୟ ନେତାଙ୍କ ସହ ବୈଠକ ଏବଂ ଆଲୋଚନା କରିବା ଏବଂ ସୈନ୍ୟ ସୁବିଧା ପରଖିବେ'।

ପଢନ୍ତୁ: ପାକ୍-ଚୀନ୍ ସୀମାରେ ହେରନ୍ ମାର୍କ-୨ ଡ୍ରୋନ୍ ମୁତୟନ; ଫରଓ୍ବାର୍ଡ ଏୟାର ବେସ୍‌ରେ ଅଭ୍ୟାସ ଉଡ଼ାଣ

ୟୁକ୍ରେନ ସହ ଜାରି ସଂଘର୍ଷରେ ଚୀନ ନିରପେକ୍ଷ ଥିବା ଦାବି କରୁଛି । କିନ୍ତୁ ସେ ଆମେରିକା ଏବଂ ଏହାର ସହଯୋଗୀଙ୍କ ଉପରେ ରୁଷକୁ ଉସୁକାଇବାର ଅଭିଯୋଗ କରିଛି । ମସ୍କୋ ସହ ମଜଭୁତ ଆର୍ଥିକ, ରାଜନୈତିକ ଏବଂ ବ୍ୟବସାୟ ସମ୍ପର୍କକୁ ବଜାୟ ରଖିଛି ।

Also read: ଗଲୱାନ ସଂଘର୍ଷ ପରେ LACରେ ବଢିଥିଲା ସୈନ୍ୟ ମୁତୟନ, ୬୮ ହଜାର ସୈନିକଙ୍କୁ ପୂର୍ବ ଲଦ୍ଦାଖରେ ପହଞ୍ଚାଇଥିଲା ବାୟୁସେନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.