CISF ଯବାନଙ୍କର ପାସିଂ ଆଉଟ୍ ପରେଡ୍, ୩୭୦ ଯବାନଙ୍କ ତାଲିମ୍ ଶେଷ

Published By : Prameya-News7 Bureau | June 29, 2024 IST

କଟକ ୨୯।୦୬ : ସିଆଇଏସଏଫ୍ କେବଳ ଏକ ଅର୍ଦ୍ଧ ସାମରିକ ବାହିନୀ ନୁହେଁ । ବରଂ ଦେଶରେ ଦେଖାଦେଉଥିବା ସମସ୍ତ ପ୍ରକାରର ଆପାତ୍‌କାଳୀନ ସ୍ଥିତିକୁ ମୂକାବିଲା ଲାଗି ଏକ ମଜଭୁତ ସୁରକ୍ଷା ବଳ। କଟକ ଜିଲ୍ଲା ମୁଣ୍ତଳୀ ଠାରେ ଥିବା ସିଆଇଏସଏଫ୍ ଟ୍ରେନିଂ ସେଣ୍ଟରର ପାସିଂ ଆଉଟ ପରେଡ ଅବସରରେ ଏହା କହିଛନ୍ତି ବିଭାଗୀୟ ଡିଆଇଜି । ପ୍ରାୟ ୨୬ ସପ୍ତାହର କଠିନ ଟ୍ରେନିଂ ପରେ ଆଜି  ୩୭୦ ଜଣ ଦକ୍ଷ ଯବାନ ଦେଶ ସେବା ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିଛନ୍ତି । ସେମାନେ ନିଜର ଦାୟିତ୍ବକୁ ନିଷ୍ଠାର ସହିତ ସମ୍ପାଦନ କରିବା ଲାଗି ଶପଥ ମଧ୍ୟ ନେଇଛନ୍ତି । ଏହି ପାସିଂ ଆଉଟ ପରେଡ ଅବସରରେ ପ୍ରଶିକ୍ଷିତ ଯବାନ ମାନେ ଅଭୁତପୂର୍ବ ସମରକଳା ଆଦି ପ୍ରଦର୍ଶିତ କରିଛନ୍ତି 

ଦେଶ ସେବା ଉଦ୍ଦେଶ୍ୟରେ ଆଜି ନିଜକୁ ସମର୍ପି ଦେଇଛନ୍ତି ୩୭୦ ଜଣ ଦକ୍ଷ ଏବଂ ପ୍ରଶିକ୍ଷିତ ଯବାନ । କଟକର ମୁଣ୍ତଳୀ ଠାରେ ଥିବା ସି ଆଇ ଏସ ଏଫର ଖାରବେଳ ରିଜିଓନାଲ ଟ୍ରେନିଂ ସେଣ୍ଟର ପରିସରରେ ଆଜି ଏହି ଯବାନ ମାନେ ପାସିଂ ଆଉଟ ପରେଡରେ ଯୋଗଦେଇଛନ୍ତି । ଗତ ୨୬ ସପ୍ତାହ ଧରି ଏମାନଙ୍କର ଟ୍ରେନିଂ ଚାଲିଥିଲା , ଯାହା ଆଜି ଶେଷ ହୋଇଛି । ପାସିଂ ଆଉଟ ପରେଡ ସହିତ ହୋଇଥିଲା କସମ ପରେଡ । ଯେଉଁଠି ପ୍ରତ୍ୟେକ ଯବାନ ଦେଶର ସୁରକ୍ଷା ଏବଂ ଅଖଣ୍ତତାକୁ ବଜାୟ ରଖିବା ଲାଗି ଇଶ୍ବରଙ୍କ ନାଁରେ ଶପଥ ଗ୍ରହଣ କରିଛନ୍ତି । ଦେଶର ପ୍ରାୟ ପ୍ରତ୍ୟେକ ରାଜ୍ୟରୁ ଏଠାକୁ ଆସି ପ୍ରଶିକ୍ଷଣ ନେଇଥିବା ଏହି ସାହସୀ ଯବାନ ମାନେ ପାସିଂ ଆଉଟ ପରେଡରେ  ଯୋଗ ଦେବା ପରେ ନିଜ ନିଜର ଖୁସି ପ୍ରକଟ କରିଛନ୍ତି । 


ପାସିଂ ଆଉଟ ପରେଡ ପରେ ଅନୁଷ୍ଠିତ ହେବା ପରେ , ଯବାନ ମାନେ ପ୍ରଦର୍ଶିତ କରିଛନ୍ତି ଜବରଦସ୍ତ ସମରକଳା । ମାର୍ଚିଂ , ବାଇନଟ୍ ଫାଇଟିଂ ପରେ ଦେଖିବାକୁ ମିଳିଥିଲା ସୁଟିଂର କମାଲ । ବ୍ଲାକ କ୍ୟାଟ କମାଣ୍ଡୋ ପରି ସିଆଇଏସଏଫର ଯବାନ ମାନେ ମଧ୍ୟ ବିଭିନ୍ନ ପ୍ରକାରର ଅପରେସନରେ ସାମିଲ ହୋଇ ସଫଳତା ପାଇପାରିବେ ବୋଲି ଏହି ପ୍ରଦର୍ଶନୀ ଜରିଆରେ ସେମାନେ ପ୍ରମାଣିତ କରିଛନ୍ତି । ତାପରେ  ମହାରାଷ୍ଟ୍ରର ପ୍ରସିଦ୍ଧ ମାଲଖମ୍ବାକୁ ଅତି ନିଖୁଣତାର ସହିତ ପ୍ରଦର୍ଶିତ କରିଛନ୍ତି ସିଆଇଏସଏଫର ଯବାନ। ପୂର୍ବରୁ କେବଳ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକରେ ସିଆଇଏସଏଫ କର୍ମୀମାନେ ମୁତୟନ ହେଉଥିଲେ । ଏବେ କିନ୍ତୁ ଦେଶରେ ଦେଖାଦେଉଥିବା ସମସ୍ତ ପ୍ରକାରର ଆପାତ୍ତକାଳୀନ ପରିସ୍ଥିତିକୁ ମୁକାବିଲା କରିବାକୁ ସିଆଇଏସଏଫ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବିଭାଗୀୟ ଡିଆଇଜି। 

କେନ୍ଦ୍ରୀୟ ଅର୍ଦ୍ଧ ସାମିରିକ ବାହୀନି ଭାବେ ପରିଚିତ ସିଆଇଏସଏଫ୍ , ଆଗକୁ ରାଜ୍ୟର ସମସ୍ତ ଜେଲ୍‌ ମାନଙ୍କର ସୁରକ୍ଷା ଦାୟିତ୍ବ ବହନ କରିବା ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇସାରିଛି। 

  • cuttack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.