ଭୁବନେଶ୍ବର ୧୭।୭: ଲୋକସେବା ଭବନରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସୁଶାସନ ଅଭ୍ୟାସ ସମ୍ପର୍କୀତ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମ୍ମିଳନୀରେ ଓଡ଼ିଶା ମଡେଲ ରଖିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଲେ, ବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ବାହାରି ଓଡ଼ିଶା ଏବେ ପ୍ରଗତିଶୀଳ ହୋଇଛି । ସୁଶାସନ ପ୍ରତ୍ୟେକ ଲୋକର ଅଧିକାର । ଆଉ ତାହା ଅଧିକାରୀଙ୍କ କର୍ତ୍ତବ୍ୟ । ଓଡ଼ିଶା ଶାସନ ଏବେ ପେପରଲେସ୍ ହୋଇଛି । ଆଗକୁ ଲୋକଙ୍କୁ ସୁଶାସନ ଯୋଗାଇ ଦେବାକୁ AI ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରାଯିବ ।
ବିଧାନସଭରେ ଚଳିତ ବଜେଟ୍ ମଧ୍ୟ ପେପରଲେସ୍ ହୋଇଥିଲା । ସରକାରୀ କାମ ତ୍ୱରାନ୍ୱିତ ପାଇଁ ଡିଜିଟାଲ୍ ପ୍ଲଟଫର୍ମ ଓଶ୍ୱାସରେ କାମ ହେଉଛି । ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ମୌଳିକ ସେବା ଅନଲାଇନରେ ଯୋଗାଇ ଦିଆଯାଉଛି । ଅଟୋମେଟିକ ଲୋକଙ୍କ ଅଭିଯୋଗ ଶୁଣାଣି ଏବଂ ସମାଧାନ କରାଯାଇଛି । ଆମ ସରକାରରେ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଆମେ କର୍ମଯୋଗୀ ବୋଲି ଅବସ୍ଥାପିତ କରିଛୁ । ବ୍ୟୁରୋକ୍ରେସୀ ଦାୟିତ୍ୱବାନ ଅଛି । ନାଗରିକ କେନ୍ଦ୍ରିକ ଭାବେ ଆମ ସରକାର କାମ କରୁଛି । ଓଡ଼ିଶାରେ ଏଭଳି ଏକ କର୍ମଶାଳା ଆୟୋଜନ ସୁଯୋଗ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
You Can Read:
ଗୁମ୍ମା ଜଙ୍ଗଲରୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ, ପ୍ରାୟ ୬୦୦ ଡିଟୋନେଟର ଉଦ୍ଧାର