ଭୁବନେଶ୍ୱର ୨୧।୦୭ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ହେବନି ନାମ ପରିବର୍ତ୍ତନ । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଯେମିତି ଚାଲିଥିଲା, ଆଗକୁ ମଧ୍ୟ ସେମିତି ଚାଲିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ଗଣମାଧ୍ୟମରୁ ଜାଣିଲି । ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି । ତାହା ପରିବର୍ତନ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ନାହିଁ କି ମୋ ପାଖରେ ଖବର ନାହିଁ । ମୋ ସରକାର ବରପୁତ୍ରମାନଙ୍କୁ ସମ୍ମାନ ଦିଅନ୍ତି । ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ତେଣୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଯେମିତି ଚାଲିଥିଲା, ସେମିତି ହିଁ ଚାଲିବ। କୌଣସି ପରିବର୍ତ୍ତନ ହେବନାହିଁ ।