ମାଲକାନଗିରି ଗସ୍ତରେ ମୁଖ୍ୟମନ୍ତ୍ରୀ, ଉଦଘାଟନ କରିବେ ‘ମାଲ୍ୟବନ୍ତ ମହୋତ୍ସବ-୨୦୨୪’

Published By : Prameya-News7 Bureau | December 13, 2024 IST

ମାଲକାନଗିରି ୧୩।୧୨: ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ବରରୁ ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ସର୍କିଟ ହାଉସ୍ ଠାରେ ପହଞ୍ଚି ଥିଲେ । ଏହାପରେ ସେଠାରୁ ଆଦିବାସୀ ପଡିଆରେ ଆୟୋଜିତ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିବାକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ବୁଲିବା ସହ ଚାଷୀଙ୍କ ସହ ସିଧା ସଳଖ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାର ଲୋକ ପର୍ବ ମାଲ୍ୟବନ୍ତ ମହୋତ୍ସବ ୨୦୨୪ର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ମାଲକାନଗିରି ସର୍କିଟ ହାଉସ୍‌ରେ ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ ।

You Can Read:

ବସୁନ୍ଧରା ଯୋଜନାରେ ମିଳିଥିବା ଜମି ବିକ୍ରି ହୋଇପାରିବନି, ୪ ଡ଼େସିମିଲରୁ କମ୍‌ ଥିଲେ ମିଳିବ ସମାନ ପରିମାଣର ଜମି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.