ଭୁବନେଶ୍ବର ୧୩।୧୨: ଲ୍ୟାଣ୍ଡ ସେଟେଲମେଣ୍ଟ ୧୯୬୨ ଅନୁଯାୟୀ ଭୂମିହୀନଙ୍କୁ ବର୍ତ୍ତମାନ ବସୁନ୍ଧରା ଯୋଜନାରେ ୪ ଡ଼େସିମିଲ ଜମି ଦିଆଯିବା ବ୍ୟବସ୍ଥା ଅଛି । ସେ ଜମି ୧୦ବର୍ଷ ପରେ ବିକ୍ରି କରିବାର ନିୟମ ଥିଲା । କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରୀ ସ୍ତରରେ ସଂଶୋଧନ କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି ।
ସେହିପରି କିଛି ଗରିବ ଶ୍ରେଣୀ ଲୋକଙ୍କୁ ୪ ଡେସିମିଲରୁ କମ୍ ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲେ ସେମାନଙ୍କୁ ସମାନ ପରିମାଣର ଜମି ଯୋଗାଇ ଦିଆଯିବ । ଏଥିପାଇଁ ସେମାନେ ନିଜ ଜମିକୁ ସରକାରଙ୍କୁ ଫେରାଇବେ । ତାପରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଜମି ଯୋଗାଇ ଦେବେ ସରକାର ।
ବିଡିଏ ଠାରୁ ଅନୁମତି ନେଇ ଜଣେ ପାର୍ଟ ପ୍ଲଟ୍ ବିକ୍ରି କରିପାରିବ। କିନ୍ତୁ କେତେଟା ବିକ୍ରି ହୋଇଛି ତାର ଆମେ ରିପୋର୍ଟ ମାଗିଛୁ । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖଣ୍ଡଗିରି ସବ୍ ରେଜିଷ୍ଟ୍ରି ଅଫିସର ମହିଳା କିରାଣୀ ଲାଞ୍ଚ ନେବା ଘଟଣାରେ ତଦନ୍ତ ଚାଲିଛି । ଯେଉଁମାନେ ମନ୍ଦ ଉଦ୍ଦେଶ୍ୟ ରଖି ପାର୍ଟ ପ୍ଲଟ ପଞ୍ଜୀକରଣ କରିଥିବେ ସେମାନେ ଆଶା ଠାରୁ ବି ଅଧିକ ଦଣ୍ଡ ପାଇବେ ।
You Can Read:
ପଠାଣି ସାମନ୍ତଙ୍କ ଜନ୍ମସ୍ଥାନରେ ହେବ ଆଉ ଏକ ପ୍ଲାନେଟୋରିୟମ୍ : ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ