ନୂଆଦିଲ୍ଲୀ: ମୃଦୁ ପାନୀୟ ପିଉଥିଲେ ଥରେ ପଢ଼ିନିଅନ୍ତୁ ଏହି ଖବର । ଏ ନ୍ୟୁଜ୍ ଆପଣଙ୍କ ଜୀବନ ବଞ୍ଚାଇ ଦେବ । ମଲ୍ଟି ନ୍ୟାସନାଲ କମ୍ପାନି କୋକା-କୋଲା ନିଜର ସଫ୍ଟ ଡ୍ରିଙ୍କସକୁ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । କମ୍ପାନି ନିଜର ଉତ୍ପାଦ ତଥା କୋକ୍, ଫାଣ୍ଟା, ସ୍ପ୍ରାଇଟ୍, ଟ୍ରୋପିକ୍ ଏବଂ ମିନିଟ ମେଡ୍ ବ୍ରାଣ୍ଡ୍ ବଜାରୁ ଫେରାଇ ନେବାକୁ ନିଜ ରିଟେଲର୍ସଙ୍କୁ ନିର୍ଦ୍ଦେଶ ଦେଇଛି । ଏହାର କାରଣ ହେଉଛି ସମସ୍ତ ସଫ୍ଟ ଡ୍ରିଙ୍କ୍ସରେ କ୍ଲୋରେଟ୍ କେମିକାଲର ମାତ୍ରା ଅଧିକ ରହିଛି । ବିବିସି ରିପୋର୍ଟ ମୁତାବକ ଏହି କେମିକାଲ୍ ମଣିଷ ଶରୀର ପାଇଁ ହାନିକାରକ ।
କୋକା-କୋଲା କମ୍ପାନି କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ୨୦୨୪ ନଭେମ୍ବର ମାସରେ କମ୍ପାନି ବେଲଜିୟମ୍, ବ୍ରିଟେନ୍, ଫ୍ରନ୍ସ, ଜର୍ମାନୀ, ଲକଜାମବର୍ଗ ଏବଂ ନେଦରଲାଣ୍ଡ ଏହି ସଫ୍ଟ ଡ୍ରିଙ୍ଗସକୁ ପଠାଇଯାଇଥିଲା । ଏଥିରେ ବହୁମାତ୍ରାରେ କେନ୍ ଉତ୍ପାଦ ରହିଥିବା ବେଳେ ଅନେକ କାଚ ବୋତଲ ମଧ୍ୟ ଥିବା ଜଣାପଡ଼ିଛି । କମ୍ପାନି କହିଛି, ୨୦୨୪ ଡିସେମ୍ବର ମାସ ଶେଷ ବେଳକୁ ବ୍ରିଟେନକୁ ୫ ଭିନ୍ନ ଭିନ୍ନ ସପ୍ଟ ଡ୍ରିଙ୍ଗସ ପଠାଇଯାଇଥିଲା, ଯାହା ବିକ୍ରି ହୋଇ ସାରିଛି ।
ସୂତନା ଅନୁଯାୟୀ, ଓ୍ବାଟର ଟ୍ରିଟମେଣ୍ଟ ଏବଂ ଫୁଡ୍ ପ୍ରୋସେସିଂରେ କ୍ଲୋରିନ ଭଳି ଡିସ୍-ଇନଫେକ୍ଟଣ୍ଟକୁ ବ୍ୟବହାର କରାଯାଏ, ସେଥିରୁ କ୍ଲୋରେଟ୍ ଉତ୍ପାଦ ପ୍ରସ୍ତୁତ ହୋଇଥାଏ । ମାତ୍ର ପରୀକ୍ଷା ପରେ ଜଣାପଡ଼ିଥିଲା କୋକା-କୋଲାର ଏହି ସବୁ ସପ୍ଟ ଡ୍ରିଙ୍ଗସରେ କ୍ଲୋରେଟ୍ କେମିକାଲର ମାତ୍ରା ଅଧିକ ରହିଛି । ଏହି ରସାୟନିକ ପଦାର୍ଥକୁ ମଣିଷ ଶରୀରକୁ ଗଲେ ଏହା କ୍ଷତି ପହଞ୍ଚାଇଥାଏ । ବିଶେଷ କରି ଛୋଟ ପିଲା ଏହାକୁ ପିଇଲେ, ସେମାନଙ୍କ ଠାରେ ଥାୟରଏଡ୍ ଭଳି ସମସ୍ୟା ଦେଖା ଦେଇଥାଏ । ଆୟୋଡିନ୍ ସର୍ଟ ଥିବା ପିଲାଙ୍କ ପାଇଁ ଏହା ବେଶୀ କ୍ଷତିକାରକ ହୋଇଥାଏ ।
କୋକା-କୋଲା ହେଉଛି ଇଣ୍ଟର ନ୍ୟାସନାଲ୍ ବଟଲିଙ୍ଗ ଏଣ୍ଡ୍ ଡିଷ୍ଟ୍ରିବ୍ୟୁସନ ଅପରେସନ କମ୍ପାନି । ବେଲଜିୟମ ବ୍ରାଞ୍ଚ ଅନୁଯାୟୀ, କୋକ୍, ଫାଣ୍ଟା, ସ୍ପ୍ରାଇଟ୍, ଟ୍ରପିକୋ ଏବଂ ମିନିଟ୍ ମେଡ ସପ୍ଟ ଡ୍ରିଙ୍ଗସରେ ମାତ୍ରାଧିକ ପରିମାଣରେ କ୍ଲୋରେଟ୍ ମିଳିଛି । ତେଣୁ ଏହାକୁ କମ୍ପାନି କର୍ତ୍ତୃପକ୍ଷ ଫେରାଇ ନେଇଛନ୍ତି ।