ଲମତାପୁଟ ୧।୧୧: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ରେ ଶୀତ ଲହରୀ ଆରମ୍ଭ ହୋଇଛି l ଡେରିରେ ଆରମ୍ଭ ହୋଇଛି ଶୀତ l ସକାଳୁ ୧୦ଟା ପର୍ଯ୍ୟନ୍ତ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖିଥିବା ବେଳେ ଯାତାୟତ ପାଇଁ ବିଭିନ୍ନ ସମସ୍ୟା ଉପୁଜୁଛି l ଘନ କୁହୁଡି ସକାଶେ ରାସ୍ତା ଦେଖା ଯାଉନଥିବାରୁ ଗାଡିମଟର ଚଳାଚଳରେ ଭାରି ଅସୁବିଧା ଉପୁଜୁଛି l
ଅନ୍ୟପକ୍ଷରେ କୋରାପୁଟର କାଶ୍ମୀର କୁହାଯାଉଥିବା ମାଳ ଅଞ୍ଚଳ ଲମତାପୁଟ ବ୍ଲକ୍ରେ ପାଣି ପାଗ ପରିବର୍ତ୍ତନକୁ ନେଇ ଅଞ୍ଚଳବାସୀ ଚିନ୍ତିତ l ଚଳିତ ବର୍ଷ ଶୀତର ପ୍ରକୋପ କମିବା ଦିନରେ ୨୦ରୁ ୨୫ ଡିଗ୍ରୀ ତାପମାତ୍ରା ରହି ଗୁଳୁଗୁଳି ରହିବା ଏବଂ ସନ୍ଧ୍ୟାରେ ସବୁଦିନ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିବା ଆଚମ୍ବିତ କରିଛି ପାଣିପାଗ ବିଭାଗ l ଚଳିତ ବର୍ଷ ଭଲ ବର୍ଷା ହୋଇଥିବା ବେଳେ ଶୀତ ବଡିବା ଆଶଙ୍କା କରାଯାଇଥିଲା । କିନ୍ତୁ ପାଣି ପାଗର ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଛି l
You Can Read:
ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା କୁଳଡିହା ଅଭୟାରଣ୍ୟ