ବାୟାପଡା ଘାଟିରେ ଭୁସ୍ଖଳନ, ୧୮ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | July 27, 2024 IST

ମାଲକାନଗିରି ୨୭/୦୭: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାୟାପଡା ଘାଟିରେ ପୁଣି ଭୁସ୍ଖଳନ । ୧୮ଟି ଗାଁ ସହିତ ଯୋଗାଯୋଗ ବିଚ୍ଛିନ୍ନ । ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପୁଣି ସ୍ଥିତି ସାଂଘାତିକ ହୋଇଛି । ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ବାୟାପଡା ଘାଟିରେ ବଡ ଧରଣର ଭୁସ୍ଖଳନ ହେବା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ୧୮ ଟି ଗାଁର ବାସିନ୍ଦା । 

ସୂଚନା ଥାଉକି, ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ସାଂଘାତିକ ହୋଇଛି ସ୍ଥିତି । ବାରମ୍ୱାର ଭୁସ୍ଖଳନ ହେବାରୁ ଘାଟିର ୧୮ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ ହୋଇଛି । ସେପଟେ ତୁମ୍ବା ପଦର ନିକଟରେ ଭୂସ୍ଖଳନ ହୋଇଥିବାରୁ ଯାତାୟତ ପାଇଁ ଏକ ଅସ୍ଥାୟ କାଠ ପୋଲ ନିର୍ମାଣ କରି ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଅଂଚଳ ବାସିନ୍ଦା । ଭାରି ବର୍ଷା ଜାରି ରହିଥିବାରୁ ମରାମତି କାର୍ଯ୍ୟ  ଆରମ୍ଭ ହୋଇ ପାରୁନାହଁ ବୋଲି ବିଭାଗ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.