ଭୁବନେଶ୍ବର ୭।୧: ୧୪ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି । ଆଉ ଦୁଇ ଜିଲ୍ଲାରେ ବି ଆଂଶିକ କ୍ଷତି ହୋଇଛି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ପୁରୀରେ ସର୍ବାଧିକ କ୍ଷତି ହୋଇଥିଲା । ତା ପଛକୁ ଗଞ୍ଜାମ ଜିଲ୍ଲା ରହିଛି । ଧାନ, ପନିପରିବା, ଚିନାବାଦାମ ଓ କପା ବି ନଷ୍ଟ ହୋଇଛି । କ୍ଷତି ସହିଛନ୍ତି ପାଖାପାଖି ୬ ଲକ୍ଷ ୬୬ ହାଜର ୭୨୦ ଚାଷୀ । ଚାଷ ଜମି କ୍ଷତି ସହିଛି ୨ ଲକ୍ଷ ୨୬ ହଜାର ୭୯୧.୨୭ ହେକ୍ଟର । ୨୯୨ କୋଟି କ୍ଷତିପୂରଣ ଆବଶ୍ୟକ ନେଇ ଗତ ଡିସେମ୍ବର ୩୦ ତାରିଖରେ ଜିଲ୍ଲାପାଳ ମାନଙ୍କ ରିପୋର୍ଟ ଆସିଥିଲା । ଏହି ଅର୍ଥ ଅନଲାଇନରେ ଜିଲ୍ଲାପାଳ ମାନଙ୍କୁ ଦିଆସାରିଲାଣି । ଏହି ଅର୍ଥ ଚାଷୀଙ୍କୁ ଆବଣ୍ଟନ ଆରମ୍ଭ ହେଲାଣି । ୫ ଦିନ ଭିତରେ ରାଜସ୍ୱ ବିଭାଗର ଅର୍ଥ ରାଶି କ୍ଷତିପୂରଣ ଭାବେ ପହଞ୍ଚିଯିବ । ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୫ ହଜାର ଓ ଅଣ ଜଳସେଚିତ ଜମି ପାଇଁ ୭୫୦୦ଟଙ୍କା ରହିଛି । ଭାଗ ଚାଷୀ ନେଇ କୌଣସି ଆଇନ ନାହିଁ ଆଗାମୀ ଦିନରେ ଆଇନ ଆସିବ ନା ନାହିଁ, ସେ ନେଇ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ହେବ । ଏ ନେଇ ତର୍କର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ପାର୍ଟ ପ୍ଲଟ୍ ବିକ୍ରିରେ ବାଧକ ଆଇନରେ ସଂଶୋଧନ କରିବାକୁ ଡ୍ରାଫ୍ଟ ପ୍ରପୋଜାଲ ପାଇଁ ସଚିବଙ୍କୁ ନିର୍ଦ୍ଦେଶ