ପୋଲିସ ନାଁରେ ସାଂଘାତିକ ଅଭିଯୋଗ, ଅଭିଯୋଗ ଶୁଣିଲାନି ଓଲଟା ମାଡ ମାରିଲା

Published By : Prameya-News7 Bureau | February 07, 2025 IST

ଭଦ୍ରକ ୦୭/୦୨: ସ୍ୱାମୀ ସ୍ତ୍ରୀ ଝଗଡାରେ ପୋଲିସର ଏଣ୍ଟ୍ରି । ଥାନାକୁ ଆଣି ନିସ୍ତୁକ ମାଡ । ମେଡିକାଲରେ ଭର୍ତ୍ତି ପରେ ପୁଣି ପଠାଇଲା ଜେଲ । ଭଦ୍ରକ ଜିଲ୍ଲା ପୋଲିସ ନାଁ ରେ ଆସିଛି ଅଭିଯୋଗ । ଭଦ୍ରକ ସହରାଞ୍ଚଳ ଥାନା ରେ ଅଭିଯୁକ୍ତକୁ ନିସ୍ତୁକ ଭାବେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । 

ଅଭିଯୋଗ ଅନୁଯାୟୀ ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ମୋଟେଲ ଛକ ନିକଟରେ ଜୀବନ ଜେନା ମଦ୍ୟପ ଅବସ୍ଥାରେ ସ୍ତ୍ରୀ ସହ କଥା ହେବା ସହ ବଚସା ହୋଇଥିଲା । ଏହି ସମୟରେ ଜନୈକ ଅଜଣା ମହିଳା ଝଗଡା ମଧ୍ୟରେ ସମାଧାନ କରିବା ବେଳେ ଜୀବନ ତାଙ୍କୁ ଧକ୍କା ମାରିଥିଲେ । 


ଅଜଣା ମହିଳା ଜୀବନଙ୍କୁ ମାଡ ମାରିବା ସହ ପୋଲିସକୁ ଜଣାଇଥିଲେ ବୋଲି କହିଛନ୍ତି ଜୀବନଙ୍କ ସ୍ତ୍ରୀ । ତେବେ ପୋଲିସ ଜୀବନଙ୍କୁ ଥାନା କୁ ଆଣିଥିବା ବେଳେ ପର ଦିନ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲା । ତାଙ୍କ ସମ୍ପର୍କୀୟ ମାନେ ମେଡିକାଲରେ ଜୀବନଙ୍କୁ ଦେଖା କରିବା ପାଇଁ ଆସିଥିବା ବେଳେ ଦେହସାରା ମାଡ ଚିହ୍ନ ଥିବା ଦେଖିଥିଲେ । 

ପରେ ତରବରିଆ ଭାବେ ଭଦ୍ରକ ସହରାଞ୍ଚଳ ପୋଲିସ ଜୀବନଙ୍କୁ ତରବରିଆ ଭାବେ ମେଡିକାଲରୁ ରାତି ଅଧ୍ ରେ କୋର୍ଟ ଚାଲାଣ କରିଛି । ଜୀବ ଙ୍କ ସ୍ତ୍ରୀ ପୋଲିସ ଷ୍ଟେସନ ରେ ସ୍ବାମୀ ଙ୍କୁ ଥର୍ଡ ଡିଗ୍ରୀ ଦେବା ନେଇ ଅଭିଯୋଗ ଆଣିଛନ୍ତି । କିନ୍ତୁ ଘଟଣାକୁ ନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । 

also read....

ଓଡ଼ିଶା ପାଇଁ ଖୁସି ଖବର ! କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.