ଶେଷରେ କେନ୍ଦ୍ର ଅର୍ଡିନାନ୍ସ ବିରୋଧରେ ଆମ୍‌ ଆଦମୀ ପାର୍ଟିକୁ ସମର୍ଥନ କଲା କଂଗ୍ରେସ; ବିରୋଧୀ ବୈଠକରେ ଯୋଗ ଦେବାକୁ ରାଜି ହେଲା ଆପ୍

Published By : Prameya-News7 Bureau | July 16, 2023 IST

ନୂଆଦିଲ୍ଲୀ: ନାନା ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ କେନ୍ଦ୍ର ବିରୋଧୀ ଅର୍ଡିନାନ୍ସରେ ଆପ୍‌କୁ ସମର୍ଥନ କରିବାକୁ ରାଜି ହେଲା କଂଗ୍ରେସ। ବେଙ୍ଗାଲୁରୁର ବିରୋଧୀ ବୈଠକ ବସିବା ପୂର୍ବରୁ  କଂଗ୍ରେସ ଆପ୍‌କୁ ସମର୍ଥନ କରିବ ବୋଲି ସହମତି ପ୍ରକାଶ କରିଛି। ଏହା ପୂର୍ବରୁ ବେଙ୍ଗାଲୁରୁ ବିରୋଧୀ ବୈଠକରେ ଯୋଗ ଦେବ ନାହିଁ ବୋଲି ଆପ୍ ନିଷ୍ପତ୍ତି ନେଇଥିଲା।

ହେଲେ କଂଗ୍ରେସ ସହଯୋଗୀ ଦଳଙ୍କ ଚାପରେ ଶେଷରେ ଆପ୍‌କୁ ସମର୍ଥନ କରିବାକୁ ରାଜି ହୋଇଛି। ଅରବିନ୍ଦ କେଜ୍ରିୱାଲଙ୍କ ଦଳ ପାଇଁ ଏହା ଏକ ବଡ଼ ସମର୍ଥନ ବୋଲି କୁହାଯାଉଛି। କଂଗ୍ରେସ ଠାରୁ ସମର୍ଥନ ପାଇବା ପରେ ଆପ୍ ମଧ୍ୟ ଜୁଲାଇ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ହେବାର ଥିବା ବିରୋଧୀ ବୈଠକର ଯୋଗ ଦେବାକୁ ଆପ୍ ଘୋଷଣା କରିଛି। ଦଳୀୟ ନେତାଙ୍କ ସହିତ ଆଲୋଚନା କରିବା ପରେ ଆପ୍ ବିରୋଧୀ ବୈଠକରେ ଯୋଗ ଦେବ ବୋଲି ରାଘବ ଚଡ୍ଡା କହିଛନ୍ତି।

{"width":839,"height":472}
AAP

ଅର୍ଡିନାନ୍ସ ନେଇ ରାଜ୍ୟ ରାଜ୍ୟ ଗସ୍ତ କରି ସମସ୍ତ ଦଳକୁ ମନାଇ ଥିଲେ ଅରବିନ୍ଦ କେଜରିୱାଲ୍ । ହେଲେ କଂଗ୍ରେସ କିନ୍ତୁ ନିରବ ରହିଥିଲା। କଂଗ୍ରେସର ସମର୍ଥନ ନ ମିଳିବାରୁ ଆପ୍ ବିରୋଧୀ ବୈଠକରୋ ଯୋଗ ଦେବା ନାହିଁ ବୋଲି ଧମକ ଦେଇଥିଲା। ଏହାପରେ ସହଯୋଗୀ ବିରୋଧୀ ଦଳ ଗୁଡ଼ିକ କଂଗ୍ରେସ ଉପରେ ଚପ ପକାଇବାରୁ ଶେଷରେ ଦଳ ଆପ୍‌କୁ ସମର୍ଥନ କରିବାକୁ ରାଜି ହୋଇଛି।

ପଢ଼ନ୍ତୁ-ବିଦ୍ରୋହ କରିବାର ଦୁଇ ସପ୍ତାହ ପରେ ଶରଦ ପାୱାରଙ୍କ ଆଶୀର୍ବାଦ ନେଲେ ପୁତୁରା ଅଜିତ ପାୱାର: ନିରବ ଏନ୍‌ସିପି ସୁପ୍ରିମୋ

କଂଗ୍ରେସ ସ୍ପଷ୍ଟ କରିଛି ଯେ ଦିଲ୍ଲୀରେ ସେବା ନିୟନ୍ତ୍ରଣ ଉପରେ କେନ୍ଦ୍ରର ନିୟମକୁ ସମର୍ଥନ କରିବ ନାହିଁ। ଦେଶରେ କେନ୍ଦ୍ର ସରକାରଙ୍କ ଏପରି ପ୍ରୟାସକୁ ବିରୋଧ କରିବ।  ଦେଶରେ ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରୁଥିବା କେନ୍ଦ୍ର ସରକାରଙ୍କ ଏପରି ପ୍ରୟାସକୁ କଂଗ୍ରେସ ସମର୍ଥନ ଦେବ ନାହିଁ ବୋଲି କଂଗ୍ରେସ କହିଛି।

wp:embed {"url":"https://twitter.com/raghav_chadha/status/1680480392946790400?s=20","type":"rich","providerNameSlug":"twitter","responsive":true}
https://twitter.com/raghav_chadha/status/1680480392946790400?s=20
/wp:embed

ତେବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ ଆପ୍‌କୁ କଟାକ୍ଷ କରି କହିଛନ୍ତି ଯେ ପାଟନା ସଭାରେ ଦିଲ୍ଲୀ ଅର୍ଡିନାନ୍ସ ପ୍ରସଙ୍ଗକୁ ଆପ୍ ଯେଉଁପରି ଉଠାଇଲା ତାହା ଦୁର୍ଭାଗ୍ୟଜନକ।

ଏନେଇ  କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ କହିଛନ୍ତି “"ମୁଁ ଭାବୁଛି ସେମାନେ ଆସନ୍ତାକାଲିର ବୈଠକରେ ଯୋଗଦେବାକୁ ଉଚିତ। ଏହି ନିୟମ (ଦିଲ୍ଲୀର ସେବା ନିୟନ୍ତ୍ରଣ ଉପରେ) ଆମ ଆଭିମୁଖ୍ୟ ସ୍ପଷ୍ଟ। ଆମେ ଏହାକୁ ସମର୍ଥନ କରିବୁ ନାହିଁ। କେବଳ ଦିଲ୍ଲୀ ଅର୍ଡିନାନ୍ସ ନୁହେଁ ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରୁଥିବା କେନ୍ଦ୍ର କୌଣସି କାର୍ଯ୍ୟକୁ ଆମେ ସମର୍ଥନ ଦେବୁ ନାହିଁ।”

ପଢ଼ନ୍ତୁ-ବିରୋଧୀ ବୈଠକ ପରେ ଆପ୍‌ର ପୁଣି ଟାର୍ଗେଟ୍, କଂଗ୍ରେସ ସହ ମେଣ୍ଟ କରିବା କଷ୍ଟସାଧ୍ୟ କହିଲା ଦଳ

ବେଣୁ ଗୋପାଳ ଆହୁରି କହିଛନ୍ତି “" ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ଆମେ କ୍ରମାଗତ ଭାବରେ ବିରୋଧ କରି ଆସୁଛୁ। ରାଜ୍ୟପାଳଙ୍କ ମାଧ୍ୟମରେ ବିରୋଧୀ ରାଷ୍ଟ୍ର ଚଳାଇବା ପାଇଁ ଆମେ କେନ୍ଦ୍ର ସରକାରଙ୍କ ମନୋଭାବକୁ କ୍ରମାଗତ ଭାବରେ ବିରୋଧ କରୁଛୁ। ତେଣୁ ଦିଲ୍ଲୀ ଅର୍ଡିନାନ୍ସକୁ ଆମେ ସମର୍ଥନ କରିବୁ ନାହୁଁ।” ପିଟିଆଇକୁ ପ୍ରତିକ୍ରିୟା ଦେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେସି ବେଣୁ ଗୋପାଳ।

ଆପ ନେତା ରାଘବ ଚଢ଼ା କଂଗ୍ରେସର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। "ଏକତରଫା ବିରୋଧୀ" କୁ ସ୍ୱାଗତ କରିବା ସହ ଏହା ଏକ ସକରାତ୍ମକ ବିକାଶ ବୋଲି କହିଛନ୍ତି।ଏହା ପଜିଟିଭ ଡେଭଲପମେଣ୍ଟ ବୋଲି କହିଛନ୍ତି ରାଘବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.