ସାବରମତୀ ଆଶ୍ରମରେ ବେହୋସ ହୋଇ ପଡ଼ିଗଲେ ପି. ଚିଦାମ୍ବରମ: ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | April 08, 2025 IST

republicworld

ଅହମଦାବାଦ: ମଙ୍ଗଳବାର ଗୁଜରାଟର ଅହମଦାବାଦରେ ଥିବା ସାବରମତୀ ଆଶ୍ରମ ପରିଦର୍ଶନ କରିବାକୁ ଯିବା ବେଳେ ଅଚେତ ହୋଇ ପଡ଼ିଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ପି. ଚିଦାମ୍ବରମ। ଅତ୍ୟଧିକ ଗରମ ଯୋଗୁ ସେ ବେହୋସ ହୋଇ ପଡିଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ରିପୋର୍ଟ ଅନୁସାରେ, କଂଗ୍ରେସ ରାଷ୍ଟ୍ରୀୟ ଅଧିବେଶନରେ ଭାଗ ନେବାକୁ ଅହମଦାବାଦରେ ପହଞ୍ଚିଥିବା ୭୫ ବର୍ଷୀୟ ବରିଷ୍ଠ ନେତା ଚିଦାମ୍ବରମ ଆଶ୍ରମ ପରିସରରେ ବୁଲୁଥିବା ବେଳେ ପ୍ରବଳ ଗରମ ଯୋଗୁ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ବି ସେ ଅଚେତ ହୋଇ ଯାଇଥିଲେ। ଫଳରେ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି।

ଗୁଜରାଟର ଅହମଦାବାଦରେ ତାପମାତ୍ରା ସବୁବେଳେ ଚଢିକି ରହିଥାଏ। ମଙ୍ଗଳବାର ମଧ୍ୟ ଅହମଦାବାଦର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟ ରହିଥିଲା। ଅତ୍ୟଧିକ ଖରମ ଯୋଗୁ ଚିଦାମ୍ବରମ ଖରାରେ ଆଶ୍ରମ ପରିସର ବୁଲୁଥିବା ବେଳେ ହଠାତ୍ ଅଚେଚ୍ ହୋଇ ପଡିଯାଇଥିଲେ। 




କଂଗ୍ରେସ ୬୪ ବର୍ଷ ପରେ ଗୁଜରାଟରେ ଏଆଇସିସି(AICC) ସମ୍ମିଳନୀ ଆୟୋଜନ କରୁଛି। ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ସାରା ଦେଶରୁ ପ୍ରତିନିଧିମାନେ ଆସି ପହଞ୍ଚିଛନ୍ତି। କଂଗ୍ରେସ ଅଧିବେଶନର ପ୍ରଥମ ଦିନରେ, କଂଗ୍ରେସ ସଂସଦୀୟ ଦଳର ନେତା ମାନ୍ୟବର ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ସିଡବ୍ଲୁସିର ଅନ୍ୟ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ।

ଦୀର୍ଘ ୬୪ ବର୍ଷ ପରେ କଂଗ୍ରେସ ଅହମଦାବାଦରେ ବୈଠକ କରିବାର କାରଣ ରହିଛି। କଂଗ୍ରେସ ଅନୁଯାୟୀ, ଏହି ବର୍ଷ ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ସଭାପତି ହେବାର ଶତବାର୍ଷିକୀ। ଡିସେମ୍ବର ୧୯୨୪ ମସିହାରେ ଜାତିର ପିତା ମହାତ୍ମା ଗାନ୍ଧୀ କର୍ଣ୍ଣାଟକରେ ବେଲଗାଭିରେ କଂଗ୍ରେସ ଅଧିବେଶନର ସଭାପତି ହୋଇଥିଲେ। ୨୬ ଡିସେମ୍ବରରେ କର୍ଣ୍ଣାଟକରେ ଦଳ ଏହି ଶତବାର୍ଷିକୀ ପାଳନ ମଧ୍ୟ କରିଥିଲା। ତେବେ ସୂଚନା ଥାଉକି ଗୁଜରାଟରେ କଂଗ୍ରେସ ଦୀର୍ଘ ୩୦ ବର୍ଷ ହେଲା କ୍ଷମତା ଦଖଳ କରିବାରେ ବିଫଳ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.