ନୂଆଦିଲ୍ଲୀ ୦୩/୦୩: ପୁଣି ଚର୍ଚ୍ଚାରେ ଭାରତୀୟ କ୍ୟାପଟେନ୍ ରୋହିତ ଶର୍ମା । କେବେ ଫର୍ମକୁ ନେଇ କଳ୍ପନା ଜଳ୍ପନା ଚାଲିଥିବାବେଳେ କେବେ ଖେଳକୁ ନେଇ ଚର୍ଚ୍ଚା । ହେଲେ ଏବେ ତାଙ୍କ ଫିଟ୍ନେସ୍କୁ ନେଇ ଆରମ୍ଭ ଗସିପ୍ । ଦିନେ ସମୀକ୍ଷକମାନେ ତାଙ୍କ ଫିଟ୍ନେସ୍ ନେଇ ସମାଲୋଚନା କରୁଥିଲାବେଳେ ଏବେ କିନ୍ତୁ ଏଣ୍ଟ୍ରି କରିଛି ରାଜନୀତି । ରାଜନୀତିର ଶୀର୍ଷରେ ଏବେ ରୋହିତ ଶର୍ମା ଫିଟ୍ନେସ୍ । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି ।
ସୂଚନା ଥାଉକି, ରୋହିତଙ୍କ ନେତୃତ୍ୱରେ ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ପ୍ରବେଶ କରିସାରିଛି। ଭାରତ ଗ୍ରୁପ ଷ୍ଟେଜରେ ବାଂଲାଦେଶ, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡକୁ ହରାଇ ନିଜର ସମସ୍ତ ୩ଟି ମ୍ୟାଚ ଜିତିସାରିଛି। କଂଗ୍ରେସ ପାର୍ଟିର ପ୍ରବକ୍ତା ଶମା ମହମ୍ମଦ ରୋହିତ ଶର୍ମାଙ୍କୁ ନେଇ ଏପରି କିଛି ବିବୃତ୍ତି ଜାରି କରିଛନ୍ତି, ଯାହାକୁ ନେଇ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଛି।
Congress spokesperson body-shaming @ImRo45 - The sheer audacity!
— Radhika Khera (@Radhika_Khera) March 2, 2025
This is the same Congress that humiliated athletes for decades, denied them recognition, and now dares to mock a cricketing legend? The party that thrives on nepotism is lecturing a self-made champion?
Rohit… pic.twitter.com/mbreaKLT3a
କଂଗ୍ରେସ ପ୍ରବକ୍ତା ରୋହିତ ଶର୍ମାଙ୍କୁ କହିଛନ୍ତି ମୋଟା ଏବଂ ପ୍ରଭାବୀ ଶୂନ୍ୟ କ୍ୟାପ୍ଟେନ । କଂଗ୍ରେସ ପ୍ରବକ୍ତା ଶମା ମହମ୍ମଦ ରୋହିତ ଶର୍ମାଙ୍କୁ ନେଇ ଏକ୍ସରେ ଲେଖିଛନ୍ତି, “ରୋହିତ ଶର୍ମା ଖେଳାଳି ବାବେ ମୋଟା । ସେ ଓଜନ କମାଇବା ଆବଶ୍ୟକ ।” ସେ ଆହୁରି କହିଛନ୍ତି ଯେ, ରୋହିତ ଶର୍ମା ନିଃସନ୍ଦେହରେ ଭାରତର ଏପର୍ଯ୍ୟନ୍ତ ସବୁଠୁ ଅପ୍ରଭାବି କ୍ୟାପ୍ଟେନ।
ସେପଟେ କଂଗ୍ରେସର ପ୍ରବକ୍ତାଙ୍କ ଏପରି ବୟାନବାଜୀ ପରେ ଭଡକିଛି ବିଜେପି । ବିଜେପି ମହିଳା ନେତ୍ରୀ ରାଧିକା ଖେଡ଼ା ଲେଖିଛନ୍ତି ଯେ, କଂଗ୍ରେସ ପ୍ରବକ୍ତାଙ୍କ ଦ୍ୱାରା ରୋହିତ ଶର୍ମାଙ୍କ ବଡି ସେମିଂ କରିବା ଦୁଃସାହସ । ଏହି କଂଗ୍ରେସ ଦଶନ୍ଧି ଧରି ଖେଳାଳିମାନଙ୍କ ଅପମାନ କରିଆସିଛି। ରାଧିକା ଆହୁରି ଲେଖିଛନ୍ତି ଯେ,ରୋହିତ ଶର୍ମା ବିଶ୍ୱ କପ ବିଜେତା କ୍ୟାପ୍ଟେନ ଅଟନ୍ତି। ଆପଣଙ୍କ ନେତା ରାହୁଲ ଗାନ୍ଧୀ ନିଜର ହିଁ ପାର୍ଟିକୁ ନିଜ ଅଧିନାୟକତ୍ୱରେ ପରିଚାଳନା କରିପାରୁନାହାନ୍ତି।