ଚାମ୍ପିଅନ୍ସ ଟ୍ରଫି ପରେ ଅବସର ନେବେ କି ରୋହିତ ? ଜାଣନ୍ତୁ କଣ କହିଲେ ଗମ୍ଭୀର

Published By : Prameya-News7 Bureau | March 05, 2025 IST

ନୂଆଦିଲ୍ଲୀ ୦୫/୦୩: ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ଏଣ୍ଟ୍ରି କରିଛି ଭାରତ । ତେବେ ଏହି ମ୍ୟାଚ୍‌ର ବିଜୟରେ ଅନେକ ଖେଳାଳିଙ୍କ ଅବଦାନ । ଅନେକ ପୂର୍ବରୁ  ରୋହିତଙ୍କ ଅବସର ଘୋଷଣାକୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଥିଲା । କାରଣ ପ୍ରତିଟି ମ୍ୟାଚ୍‌ରେ ରୋହିତ ଫର୍ମକୁ ନେଇ ଅନେକ ଗସିପ୍ ଥିଲା । ମାତ୍ର ଏବେ ସେ ଭଲ କିମ୍ୱା ଖରାପ ନୁହେଁ ଆଭରେଜ ଖେଳ ପ୍ରଦର୍ଶନ କରୁଛନ୍ତି । 

ଏସବୁ ଦୃଷ୍ଟିରେ ରଖି ରୋହିତ ବାହିନୀ ଚମ୍ପିୟାନ୍ସ ଟ୍ରଫିରେ ଟାଇଟଲ ହାତେଇବା ପରେ ଅବସର ନେବେ ବୋଲି କୁହାଯାଉଛି । ଟି-୨୦ ବିଶ୍ବକପ ପରେ ରୋହିତ ଟି-୨୦ରୁ ଅବସର ଘୋଷଣା କରିଥିଲେ । ଆଉ ଏବେ ଦିନିକିଆରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର । କୋଚ୍ ଗମ୍ଭୀର କହିଛନ୍ତି କି, ଏବେ ଦଳ ତାଙ୍କ ଅଧିନାୟକତ୍ବରେ ଦଳ ଯେଭଳି ପ୍ରଦର୍ଶନ କରୁଛି ଏହାକୁ ନେଇ ଆପଣମାନେ କୁହନ୍ତୁ ସେ ଅବସର ନେବା ଉଚିତ୍ କି ? 

ଗୌତି ଆହୁରି କହିଛନ୍ତି ଯେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ପାଖେଇ ଆସୁଛି । ଏବେ ଏହା ବିଷୟରେ ମୁଁ କ’ଣ କହିବି? କିନ୍ତୁ ମୁଁ ଗୋଟିଏ କଥା କହିବି ଯେ ଯଦି ତୁମର ଅଧିନାୟକ ଏହି ପ୍ରକାରର ଗତିରେ ବ୍ୟାଟିଂ କରନ୍ତି, ତେବେ ଏହା ଡ୍ରେସିଂ ରୁମକୁ ଏକ ବାର୍ତ୍ତା ଯେ ତାଙ୍କ ଭିତରେ ଏବେ ବି କ୍ରିକେଟ୍ ବାକି ଅଛି । ଗମ୍ଭୀର କହିଛନ୍ତି ଯେ ରୋହିତ ବଡ଼ ଇନିଂସ ଖେଳି ନଥିଲେ ମଧ୍ୟ ତାଙ୍କର ଇନିଂସ ପ୍ରଭାବଶାଳୀ ଥିଲା। ଆମେ ସମାନ ଆଧାରରେ ଆମର ଖେଳାଳିମାନଙ୍କୁ ମୂଲ୍ୟାଙ୍କନ କରୁ। ଗମ୍ଭୀର ଆହୁରି କହିଛନ୍ତି ଯେ ଜଣେ ବିଶେଷଜ୍ଞ ଓ ସାମ୍ବାଦିକ ଭାବରେ ଆପଣ ରନ ଏବଂ ହାରାହାରିକୁ ଦେଖନ୍ତି । 

also read...

'ମୁଁ ଖୁସି ଯେ ରୋହିତଙ୍କ ଅଧିନାୟକତ୍ୱରେ...', ହିଟମ୍ୟାନଙ୍କ ପ୍ରଶଂସା କଲେ ଶମା ମହମ୍ମଦ

କିନ୍ତୁ ଆମେ କେବଳ ଦେଖୁ ଯେ ସେହି ଖେଳାଳି ମ୍ୟାଚ୍ ଉପରେ କି ପ୍ରଭାବ ପକାଇଛି । ଆମେ ଯେଉଁ ପ୍ରକାରର କ୍ରିକେଟ ଖେଳିବାକୁ ଚାହୁଁଛୁ, ଯଦି ଅଧିନାୟକ ପ୍ରଥମେ ତାଙ୍କ ହାତ ଟେକି ଦିଅନ୍ତି, ତେବେ ଏହାଠାରୁ ଭଲ ଆଉ କିଛି ହୋଇପାରେ ନାହିଁ। ରୋହିତ ଶର୍ମା ୨୦୨୫ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ୨୯ ବଲ୍ ରୁ ୨୮ ରନ୍ କରିଥିଲେ, ଯେଉଁଥିରେ ୩ ଚୌକା ଏବଂ ୧ ଛକା ଥିଲା।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.