ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଶନିବାର ହେବ । କିନ୍ତୁ ଏହା ପୂର୍ବରୁ ଅନ୍ତିମ ସଂସ୍କାର ସ୍ଥାନକୁ ନେଇ ବିବାଦ ହୋଇଛି । ନିଗମ ବୋଧ ଘାଟରେ ଅନ୍ତିମ ସଂସ୍କାର କରାଯିବ, କିନ୍ତୁ କଂଗ୍ରେସ ଏହାକୁ ବିରୋଧ କରୁଛି । ପାର୍ଟି କହିଛି ଯେ ଏତେ ବଡ଼ ବ୍ୟକ୍ତିତ୍ୱଙ୍କ ନିଗମ ବୋଧ ଘାଟରେ ଅନ୍ତୋଷ୍ଟି କରିବା ଉଚିତ୍ ସମ୍ମାନ ନୁହେଁ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ଦିଲ୍ଲୀରେ ଭୂମି ଆବଣ୍ଟନ ପାଇଁ ଅନୁରୋଧ କରିଛନ୍ତି ।
ଖଡ଼ଗେ ଚିଠିରେ ଲେଖିଛନ୍ତି ଯେ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସେଠାରେ କରାଯାଉ, ଯେଉଁଠାରେ ତାଙ୍କ ସ୍ମାରକୀ ମଧ୍ୟ ନିର୍ମାଣ କରାଯାଇପାରିବ । କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି । ପିଏମ୍ ମୋଦୀଙ୍କୁ ଚିଠି ଲେଖିବା ସହ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସହ କଥା ହୋଇ ଅନ୍ତିମ ସଂସ୍କାର ପାଇଁ ଉଚିତ୍ ସ୍ଥାନ ଦେବା ପାଇଁ ଅପିଲ୍ କରିଛନ୍ତି ।
आज कांग्रेस अध्यक्ष श्री @kharge ने प्रधानमंत्री जी और गृह मंत्री से फ़ोन पर बात करके व एक पत्र लिख कर भारतीय राष्ट्रीय कांग्रेस की ओर से पुरज़ोर अनुरोध किया कि भारत के सपूत सरदार मनमोहन सिंह जी का अंतिम संस्कार व स्मारक स्थापित करना ही उनको सच्ची श्रद्धांजलि होगी। pic.twitter.com/pNxh5txf0b
— Congress (@INCIndia) December 27, 2024
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାର୍ଥିବ ଶରୀରକୁ ଶନିବାର ସକାଳ ୮ଟାରେ କଂଗ୍ରେସ ମୁଖ୍ୟାଳୟକୁ ଅଣାଯିବ । ସାଧାରଣ ଲୋକ ଏବଂ କଂଗ୍ରେସ କର୍ମୀ ଶେଷ ଦର୍ଶନ କରିବେ । ସକାଳ ୯.୩୦ ମିନିଟରେ କଂଗ୍ରେସ ମୁଖ୍ୟାଳୟରୁ ଶେଷ ଯାତ୍ରାରେ ବାହାରିବ ମନମୋହନ ସିଂହଙ୍କ ପ୍ରାର୍ଥିବ ଶରୀର । ପୂର୍ବାହ୍ଣ ୧୧.୪୫ ମିନିଟରେ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରହିଛି ।