ନିଟ୍ ଅନିୟମିତତା: ଏନଟିଏ ଅଫିସ ଭିତରେ ପଶି ତାଲା ପକାଇଲେ କଂଗ୍ରେସ ଛାତ୍ର ଶାଖାର ଆନ୍ଦୋଳନକାରୀ

Published By : Prameya-News7 Bureau | June 27, 2024 IST

Indiatoday

ନୂଆଦିଲ୍ଲୀ: ନିଟ୍ ମେଡିକାଲ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କଂଗ୍ରେସ ଛାତ୍ର ଶାଖାର ବିରୋଧ ତେଜିଛି। ଭାରତୀୟ ଜାତୀୟ ଛାତ୍ର ସଂଘର ସଦସ୍ୟମାନେ ଗୁରୁବାର ଦିଲ୍ଲୀର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ମୁଖ୍ୟ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଏନ୍‌ଟିଏ ଅଫିସ ଭିତରୁ ବନ୍ଦ କରିଦେଇଛନ୍ତି। ପରୀକ୍ଷାରେ ଅନିୟମିତାତକୁ ବିରୋଧରେ ଛାତ୍ରଛାତ୍ରୀମାନେ ପ୍ରବଳ ବିରୋଧ ପ୍ରଦର୍ଶନ କରିଛନ୍ତି।  

ଏନଏସୟୁଆଇର ଏକାଧିକ ସଦସ୍ୟମାନେ ଦିଲ୍ଲୀର ଓଖଲା ସ୍ଥିତ ଏନଟିଏ ମୁଖ୍ୟ ଅଫିସ ଭିତରେ ପଶି ହୋହଲ୍ଲା କରିଛନ୍ତି। ହାତରେ ତାଲା ଓ ଚେନ୍ ଧରି ଅଫିସ୍ ଭିତରୁ ତାଲା ପକାଇ ଦେବା ସହ ଏନ୍‌ଟିଏ ବନ୍ଦ କର, ଏନ୍‌ଟିଏ ମୁର୍ଦ୍ଦାମାବା ନାରା ଲଗାଇଛନ୍ତି। ଖବର ପାଇ ଦିଲ୍ଲୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଭିଡ଼କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛି। 

ଅନ୍ୟପଟେ ନୀଟ ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଦିଲ୍ଲୀର ଜନ୍ତରମନ୍ତରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ କଂଗ୍ରେସର ଅନେକ କର୍ମୀ ଜନ୍ତରମନ୍ତରରେ ଏକତ୍ରିତ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.