ମୋଦୀ ମଉଜ କରିବା ପାଇଁ ଜନ୍ମ ହୋଇ ନାହିଁ, ୧୦ ବର୍ଷରେ ଯାହା ହୋଇଛି ତାହା ଟ୍ରେଲର; ରାଜସ୍ଥାନରେ ଗର୍ଜିଲେ ପିଏମ୍

Published By : Prameya-News7 Bureau | April 02, 2024 IST

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି । ମଙ୍ଗଳବାର ସେ ରାଜସ୍ଥାନର କୋଟପୂତଲୀରେ ଜନସଭାକୁ ସମ୍ୱୋଧିତ କରି କହିଛନ୍ତି ଯେ ମୋଦୀ ମଉଜ କରିବା ପାଇଁ ଜନ୍ମ ହୋଇ ନାହିଁ, କଠିନ ପରିଶ୍ରମ କରିବା ପାଇଁ ଜନ୍ମ ହୋଇଛି । ଗତ ୧୦ ବର୍ଷରେ ଅନେକ କିଛି ହୋଇଛି କିନ୍ତୁ ଯାହା ବି ହୋଇଛି ତାହା କେବେଳ ଟ୍ରେଲର ମାତ୍ର । ଆଗକୁ ବହୁତ କିଛି କରିବାର ଅଛି ।

ନିଜ ଭାଷଣରେ ସେ ଇଣ୍ଡି ମେଣ୍ଟକୁ ମଧ୍ୟ ଟାର୍ଗେଟ୍ କରି କହିଛନ୍ତି ମୋଦୀ କହୁଛି ଯେ ଦୁର୍ନୀତି ହଟାଓ ସେମାନେ କହୁଛନ୍ତି ଯେ ଭ୍ରଷ୍ଟାଚାରୀ ବଚାଓ । କୋଟପୂତଲୀରେ ବିଜୟ ଶଙ୍ଖନାଦ ରାଲିକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 'ଏହି ନିର୍ବାଚନ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ । ମୋଦୀ କହୁଛି ଯେ ଦୁର୍ନୀତି ହଟାଓ, ସେମାନେ କହୁଛନ୍ତୁ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଅ । ଏହା ପ୍ରଥମ ନିର୍ବାଚନ ଯେଉଁଥିରେ କଂଗ୍ରେସ ପାର୍ଟିର ନେତା ନିଜେ ନିର୍ବାଚନ ଜିତିବା କଥା କହୁନାହାନ୍ତି ବରଂ ଦେଶକୁ ଧମକ ଦେଉଛନ୍ତି, ଯଦି ବିଜେପି ଯିତିବ, ଦେଶରେ ନିଆଁ ଲାଗିଯିବ ।'

ରାଲିକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆପଣଙ୍କ ସ୍ୱପ୍ନ ମୋଦୀଙ୍କ ସଂକଳ୍ପ ଅଟେ । ପିଏମ୍ କହିଛନ୍ତି ଯେ ଗତ କାଲି ହିଁ ଭାରତ ପ୍ରତିରକ୍ଷା ରପ୍ତାନୀରେ ନୂଆ ରେକର୍ଡ ସ୍ଥାପନ କରିଛି । ସ୍ୱାଧୀନତା ପରେ ପ୍ରଥମ ଥର ଏପରି ହୋଇଛି, ଯେତେବେଳେ ଭାରତ ୨୧  ହଜାର କୋଟି ଟଙ୍କାର ରକ୍ଷା ସାମଗ୍ରୀ ରପ୍ତାନୀ କରିଛି । ଭାରତ ଆଜି ୮୦ରୁ ଅଧିକ ଦେଶକୁ ମେଡ୍ ଇନ୍ ଇଣ୍ଡିଆ ହତିଆର ବିକ୍ରି କରୁଛି । ଏଥିପାଇଁ ମୁଁ ପୁଣି ଥରେ କହିବି- ଉଦ୍ଦେଶ୍ୟ ଠିକ୍ ଥିଲେ, ପରିଣାମ ଠିକ୍ ମିଳିବ ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.