କର୍ଣ୍ଣାଟକରେ ୩ ରାଜ୍ୟସଭା ଆସନ ଜିତିଲା କଂଗ୍ରେସ, କ୍ରସ୍ ଭୋଟିଂ ସତ୍ତ୍ୱେ ଗୋଟିଏ ଜିତିଲା ବିଜେପି

Published By : Prameya-News7 Bureau | February 27, 2024 IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ୩ଟି ରାଜ୍ୟସଭା ଆସନରେ  ବିଜୟୀ ହୋଇଛି। ଅନ୍ୟପଟେ ବିଜେପି ମାତ୍ର ଗୋଟିଏ ଆସନ ପାଇଛି। ଦକ୍ଷିଣୀ ରାଜ୍ୟରେ ବିଜେପି ପ୍ରାର୍ଥୀ ନିଜ ଦଳକୁ ଧୋକା ଦେଇ କଂଗ୍ରେସ ସପକ୍ଷରେ ଭୋଟ କରିଛନ୍ତି। କ୍ରସଂ ଭୋଟିଂ ହୋଇସୁଦ୍ଧା ବିଜେପି ରାଜ୍ୟରେ ଗୋଟିଏ ଆସନ ଜିତିବାରେ ସଫଳ ହୋଇଛି।

ମଙ୍ଗଳବାର ରାଜ୍ୟସଭା ପାଇଁ ନିର୍ବାଚନ ହୋଇଥିଲା। ଏଥିରେ କଂଗ୍ରେସ ମାକେନ ୪୭ ଭୋଟ, ନାସିର ହୁସେନ୍ ଓ ଜିସି ଚନ୍ଦ୍ରଶେଖର ଉଭୟ ୪୬ଟି ଲେଖାଏ ଭୋଟ୍ ପାଇ ବିଜୟୀ ହୋଇଥିଲେ। ବିଜେପିର ନାରାୟଣ ରାଣେ ଗୋଟିଏ ଆସନରେ ବିଜୀୟ ହୋଇଥିଲେ।

କର୍ଣ୍ଣାଟକରେ ବିଜେପି ବିଧାୟକ ଏସ୍‌ ସୋମଶେକର କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କୁ ଭୋଟ୍ ଦେଇଥିଲେ। ସେହିପରି ଅନ୍ୟ ବିଧାୟକ ଅର୍‌ବାଇଲ ଶିଭରାମ ହେବର ଭୋଟିଂରୁ ବିରତ ରହିଥିଲେ।

ପଢ଼ନ୍ତୁ-୨୦୨୪ ଲୋକସଭା ନିର୍ବାଚନ ଲଢିବେ ଏସ୍.ଜୟଶଙ୍କର ଓ ନିର୍ମଳା ସୀତାରମଣ, ପ୍ରଥମଥର ଭୋଟ ପାଇଁ ଯିବେ ଜନତାଙ୍କ ପାଖକୁ

ରାଜ୍ୟସଭା ନିର୍ବାଚନ ନେଇ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ସମସ୍ତ କଂଗ୍ରେସ କର୍ମୀ ଓ ମିଡିଆ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ବିଜୟ ରାଜ୍ୟରେ ଦଳର ଏକତାକୁ ଦର୍ଶାଉଛି। ଦଳର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଥିପାଇଁ ଶିବକୁମାର ସୋନିଆ ଗାନ୍ଧୀ, ରହାଲୁ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଧନ୍ୟବାଦ ଦେଇଛନ୍ତି।

ରାଜ୍ୟସଭା ନିର୍ବାଚନ ପାଇଁ ୯୯.୫ ପ୍ରତିଶତ ଭୋଟ ପଡ଼ିଥିଲା। ୨୨୩ ଭୋଟରଙ୍କ ମଧ୍ୟରୁ ୨୨୨ ବିଧାୟକ ଭୋଟ ଦେଇଥିଲେ। ରାଜ୍ୟର ୪ ଆସନରେ ୫ ଜଣ ପ୍ରାର୍ଥୀ ହୋଇଥିଲେ।  

ସୂଚନା ଥାଉକି କଂଗ୍ରେସ ସମର୍ଥନରେ ଭୋଟ କରିଥିବା ବିଜେପି ବିଧାୟକ ସୋମଶେକର ରାଜ୍ୟ ନେତୃତ୍ୱ ଉପରେ ଅସନ୍ତୋଷ ରହିଛନ୍ତି। ସେ କଂଗ୍ରେସର ନିକଟତର ହେଉଥିବା ଜଣାପଡ଼ିଛି। ଭୋଟ ଦେଇସାରିବା ପରେ ସେ ତାଙ୍କର ମତ ରଖି କହିଛନ୍ତି ଯେ ସେ ତାଙ୍କ ଇଚ୍ଛା ଅନୁସାରେ ଭୋଟ୍ ଦେଇଛନ୍ତି। ଯେଉଁ ନେତା ତାଙ୍କ ନିର୍ବାଚନ ମଣ୍ଡଳୀରେ ସ୍କୁଲ ଓ ବିକାଶମୂଳକ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ମୁଁ ଭୋଟ୍ ଦେଇଛି ବୋଲି ଶୋମଶେକର କହିଛନ୍ତି।

ପଢ଼ନ୍ତୁ-ହିମାଚଳରେ କ୍ରସ୍ ଭୋଟିଂ, ଶାସକ ଦଳ ପ୍ରାର୍ଥୀକୁ ହରାଇ ରାଜ୍ୟସଭା ନିର୍ବାଚନ ଜିତିଲେ ବିଜେପିର ହର୍ଷ ମହାଜନ

ଶୋମଶେକର ୟଶବନ୍ତପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିବା ବେଳେ ହେବ୍ବର ୟେଲ୍ଲାପୁର ବିଧାୟକ ଅଛନ୍ତି। ଏହି ଦୁଇ ବିଧାୟକ ୨୦୧୯ରେ କଂଗ୍ରେସରୁ ବିଦ୍ରୋହ କରି ଅନ୍ୟ ୧୫ ବିଧାୟକଙ୍କ ସହ ମିଶିବାରୁ ବିଜେପିରେ ମିଶିଥିଲେ। ଫଳରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ମାତ୍ର ୧୪ ମାସରେ ଭାଙ୍ଗିଯାଇ ବିଜେପି ସରକାର ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.