ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ, ରାଜରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା

Published By : Prameya-News7 Bureau | September 06, 2024 IST

ଆଠଗଡ଼ ୦୬/୦୯: ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଧାରଣାରେ ବସିଲେ ଲୋକେ । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଆଇଁସିଆ ଗ୍ରାମବାସୀଙ୍କ ଦ୍ୱାରା ନରସିଂହପୁର-କମଳାଡ଼ିହି ମୁଖ୍ୟ ରାସ୍ତା ଆଇଁସିଆ ଛକ ନିକଟରେ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଉପଭୋକ୍ତା । 

ସୁଚନାଥାଉକି, ଗତ କିଛିଦିନ ହେବ ନରସିଂହପୁର ଅଂଚଳରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଟାଟା ପାୱାରର କର୍ମଚାରୀ ଖାମଖିଆଲି ମନୋଭାବ ଯୋଗୁ ଦିନକୁ ଘଣ୍ଟା ଘଣ୍ଟା ବିଦୂତ କାଟ ହେଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । 


ଏହାର ପ୍ରତିବାଦ କରି  ଉପଭୋକ୍ତା ମାନେ ନରସିଂହପୁର-କମଳାଡ଼ିହି ମୁଖ୍ୟ ରାସ୍ତା ଅବରୋଧ କରି ଅଞ୍ଚଳର ଶତାଧିକ ଲୋକେ ସାମିଲ ହୋଇ ଆନ୍ଦୋଳନ କରିଛନ୍ତି । ରାସ୍ତାରୋକୋ ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଉଭୟ ପାର୍ଶ୍ୱରେ ବହୁତ ଯାନବାହନ ଅଟକି ରହିଛି। ନରସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରିଥିବା ଲୋକଙ୍କ ସହିତ ସହିତ ଆଲୋଚନା ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.