କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଦୁର୍ଘଟଣାକୁ ଏଡାଇ ପାରିଥାନ୍ତା 'କବଚ' ସିଷ୍ଟମ୍ ? ଜାଣନ୍ତୁ କିପରି କରେ କାମ

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନ୍ୟୁ ଜଳପାଇଗୁଡ଼ିରେ ବଡ଼ ରେଳ ଦୁର୍ଘଟଣା ଘଟିଛି । ଏଠାରେ ଟ୍ରାକରେ ଛିଡ଼ା ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ଶେଷ ତିନୋଟି ବଗି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୫ ହୋଇଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଏହି ରେଳ ଦୁର୍ଘଟଣାରେ ପରେ ଅନେକ ପ୍ରଶ୍ନ ଉଠୁଛି । ଦୁର୍ଘଟଣା ନିରୋଧୀ ସିଷ୍ଟମ୍ କବଚ ଏହି ମାର୍ଗରେ ଲାଗି ନଥିଲା ବୋଲି ରେଲୱେ ବୋର୍ଡ ଚେୟାରମ୍ୟାନ ଜୟା ବର୍ମା କହିଛନ୍ତି ।

ଘଟଣା ଉପରେ ପ୍ରତିକ୍ରିୟା ଦେଇ ଜୟା ବର୍ମା କହିଛନ୍ତି, 'ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସିଗନାଲ୍ ମାନି ନଥିବା କାରଣରୁ ଏହି ଦୁର୍ଘଟଣା ଘଟିଛି ।' ତଦନ୍ତ ଶେଷ ହେବା ପରେ ବିସ୍ତୃତରେ ଏହା ଉପରେ ସୂଚନା ପ୍ରଦାନ କରାଯିବ । ଏହାସହ ସେ କହିଛନ୍ତି ଯେ ମାନବଗତ ତ୍ରୁଟି ରୋକିବା ପାଇଁ କବଚକୁ କାର୍ଯ୍ୟକାରୀ କରିବା ଜରୁରୀ ଅଟେ । 

ରେଲୱେ ବୋର୍ଡ ଚେୟାରମ୍ୟାନ ଜୟା ବର୍ମା କହିଛନ୍ତି, 'ପ୍ରାଥମିକ ତଦନ୍ତରୁ ଏହା ମନୁଷ୍ୟକୃତ ତ୍ରୁଟି ବୋଲି ଜଣାପଡ଼ିଛି ।' ଏହାପରେ ପଶ୍ଚିମବଙ୍ଗର କବଚ ସିଷ୍ଟମ କାର୍ଯ୍ୟକାରୀ ହେଉଛି କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଚଳିତ ବର୍ଷ ଦିଲ୍ଲୀ-ହାୱଡ଼ା ମାର୍ଗରେ ଏହାକୁ ଇନଷ୍ଟଲ୍ କରିବା ପାଇଁ ଯୋଜନା ରହିଛି । ଦେଶର କେବଳ ୧୫୦୦ କିଲୋମିଟର ମାର୍ଗରେ କବଚ ସିଷ୍ଟମ ରହିଥିବା ବେଳେ ଏହାକୁ ଚଳିତ ବର୍ଷ ୩୦୦୦ କିଲୋମିଟରକୁ ବଢାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।

କବଚ ସିଷ୍ଟମ୍ କ’ଣ ?

କବଚ ସିଷ୍ଟମର ବ୍ରେକ୍ ସାହାଯ୍ୟରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିଥାଏ । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସୁଥିଲେ ଏହି ସିଷ୍ଟମ ଅଟୋମେଟିକ୍ ବ୍ରେକ୍ ସାହାଯ୍ୟରେ ଟ୍ରେନକୁ ଗତିକୁ କମ କରିପାରିବ । ଏହାସହ ଯଦି ଟ୍ରେନ ଡ୍ରାଇଭର ସିଗନାଲ୍ ଭାଙ୍ଗି ଆଗକୁ ବଢନ୍ତି କିମ୍ୱା ଅଧିକ ସ୍ପିଡରେ ଯାତ୍ରା କରନ୍ତି ତେବେ ଏହା ଅଲର୍ଟ କମ୍ୱା ଆପେଆପେ ଅଟକି ଦୁର୍ଘଟଣାକୁ ଏଡାଇ ପାରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.