ଚଣ୍ଡିଖୋଲ ୧୧/୧୧: ଏଠି ଭଲ ଫସଲ ଅମଳ ପାଇଁ ବଳଦଙ୍କୁ କରାଯାଏ ପୂଜାର୍ଚ୍ଚନା । ଦୀର୍ଘ ୧୭ ବର୍ଷ ଧରି ଆଦିବାସୀ ସଂପ୍ରଦାୟ ବଳଦଙ୍କୁ ପୂଜା କରିଆସୁଛନ୍ତି । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସଂଜୟନଗରରେ ଆଦିବାସୀ ସଂପ୍ରଦାୟ ଯାକଜକମରେ ପାଳନ୍ତି ବଳଦ ପୂଜା । ବଳଦଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ଭଲ ଫସଲ ଅମଳ ହେବାର ବିଶ୍ବାସ ରହିଛି । କାଳୀ ପୂଜା ପରେ ଏହି ପର୍ବ ଅନୁଷ୍ଠିତ ହୋଇଥାଏ । ପ୍ରତିଯୋଗିତାରେ ବିଜୟୀ ବଳଦଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଆଉ ସେମାନଙ୍କ ଠାରୁ ଆଶୀର୍ବାଦ ମିଳିଥାଏ । ପର୍ବରେ ବିଭିନ୍ନ ସ୍ଥାନରୁ ଆଦିବାସୀ ସଂପ୍ରଦାୟ ଲୋକେ ସାମିଲ ହୋଇଥାନ୍ତି ।