ସାମାନ୍ୟ ବର୍ଷାରେ ଭାର୍ଗବୀ ନଦୀ ବନ୍ଧରେ ୧ କି.ମି.ରୁ ଅଧିକ ଦୂରତାର ଫାଟ

Published By : Prameya-News7 Bureau | August 09, 2023 IST

ନିମାପଡା ୯।୮: ସାମାନ୍ୟ ବର୍ଷାରେ ଭାର୍ଗବୀ ନଦୀ ବନ୍ଧରେ ୧ କିଲୋମିଟରରୁ ଉର୍ଦ୍ଧ୍ବ ଫାଟ ସୃଷ୍ଟି ହୋଇଛି । ଅଭିଯୋଗ ପରେ ମରାମତି ଚାଲିଛି । ବନ୍ଧରେ ଫାଟ ଯୋଗୁଁ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି ।

{"id":828505,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ନିମାପଡା ବ୍ଲକ୍ ଅନ୍ତର୍ଗତ ବଳଙ୍ଗାଠାରେ ଦୁର୍ବଳ ଭାର୍ଗବୀ ନଦୀ ବନ୍ଧର ମରାମତି ପାଇଁ ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ବନ୍ଧରେ ମାଟି ପକାଯାଇ ବନ୍ଧର ଉଚତା ବୃଦ୍ଧି କରାଯାଉଛି । ଏହାସହ ଏହା ଉପରେ ମୋରାମ ରାସ୍ତା ନିର୍ମାଣ କରା  ଯାଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ପାଇଁ ବଳଙ୍ଗା ଭାର୍ଗବୀ ନଦୀ ସେତୁ ଠାରୁ ବାମ ପାର୍ଶ୍ୱ ବନ୍ଧରେ ୧ କିଲୋମିଟର ଲମ୍ବରୁ ଉର୍ଦ୍ଧ୍ବ ବିରାଟ ଫାଟ ସୃଷ୍ଟି ହୋଇ ଆଁ ମେଲା କରିଛି । ଫଳରେ ନଦୀ କୁଳିଆ ୧୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ ଲୋକେ ଭୟଭୀତ ହୋଇପଡିଛନ୍ତି ।

{"id":828506,"sizeSlug":"full","linkDestination":"none"}

ବନ୍ଧ ସୁଦୃଢ଼ୀକରରଣ କାର୍ଯ୍ୟର ଏକ ବର୍ଷ ନପୁରୁଣୁ ବନ୍ଧ ଫାଟିବା ଘଟଣା ବନ୍ଧ କାର୍ଯ୍ୟର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ଷା ଓ ପ୍ରଥମ ବନ୍ୟାଜଳ ସାମାନ୍ୟ ହ୍ରାସ ପରେ ଏବେ ନଦୀ ବନ୍ଧ ଫାଟି ଆଁ ମେଲା କରିଛି । ନାନା ଅଭିଯୋଗ ପରେ ବିଭାଗ ଏବେ ତାଳିପକା ମରାମତିରେ ଲାଗିପଡ଼ିଛି । ସେପଟେ କିନ୍ତୁ ଅଧିକାରୀ ଚୁପ୍ ।

You Can Read :

wp:embed {"url":"https://www.prameyanews7.com/hanging-body-found-from-tree-in-kandhamal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hanging-body-found-from-tree-in-kandhamal/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.