ବାଣ ଫୁଟାଇବା ଉପରେ କଟକଣା : ନୀଳାଦ୍ରି ବିଜେ ପହଣ୍ଡି ବେଳେ ଶ୍ରୀମନ୍ଦିରରେ ଫୁଟିବନି ଆତସବାଜି

Published By : Prameya-News7 Bureau | July 19, 2024 IST

ପୁରୀ : ମହାପ୍ରଭୁଙ୍କର ଆଶୀର୍ବାଦ, ସମସ୍ତ ସେବାୟତ ନିଯୋଗର ଉତ୍ତମ ସମନ୍ବୟ, ଅଗଣିତ ଭକ୍ତଙ୍କ ଅକୁଣ୍ଠ ସହଯୋଗ ଏବଂ ଦାୟିତ୍ଵରେ ଥିବା ବିଭିନ୍ନ ବିଭାଗର ସମସ୍ତ ଅଧିକାରୀଙ୍କ ଯୋଗୁ ଘୋଷଯାତ୍ରାର ସମସ୍ତ ନୀତିକାନ୍ତି ଏବଂ ପର୍ବ ଗୁଡିକ ଶୃଙ୍ଖଳାର ସହ ସମାପନ ହୋଇପାରିଛି । ଏଥିପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୁରୁବାର ମଧ୍ୟ ଚୂଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ତିନି ରଥ ଉପରେ ମହାପ୍ରଭୁଙ୍କର ଅଧର ପଣା ନୀତି ସମ୍ପାଦନ ହୋଇପାରିଛି । ଶୁକ୍ରବାର ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ଚତୁର୍ଦ୍ଧା ବିଗ୍ରହ ଶୁକ୍ରବାର ଗୋଟି ପହଣ୍ଡିରେ ରଥ ଉପରୁ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ । ଏଥିପାଇଁ ନୀତି ନିର୍ଘଣ୍ଟ ମଧ୍ୟ ଚୂଡାନ୍ତ ହୋଇଛି । ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ସମସ୍ତଙ୍କ ସହଯୋଗରେ ନୀଳାଦ୍ରି ବିଜେ ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପାଦନ ହୋଇପାରିବ ବୋଲି ଜିଲ୍ଲାପାଳ ଆଶା ରଖିଛନ୍ତି । ସେହିପରି ନୀଳାଦ୍ରି ବିଜେ ସମୟରେ ଶ୍ରୀମନ୍ଦିର ଭିତରେ ବିଭିନ୍ନ ପ୍ରକାରର ଆତସବାଜି ଫୁଟିଥାଏ । ତେବେ ଗତ ଶ୍ରୀକ୍ଷେତ୍ର ଭଉଁରୀ ଦିନ ନରେନ୍ଦ୍ର ପୁଷ୍କରିଣୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣା ଯୋଗୁ ଏଥର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ନୀଳାଦ୍ରି ବିଜେ ପହଣ୍ଡି ସମୟରେ ଶ୍ରୀମନ୍ଦିର ଭିତରେ କିମ୍ବା ବାହାରେ କୌଣସି ପ୍ରକାରର ଆତସବାଜି ଯେଭଳି ଫୁଟାନଯିବ ସେ ଉପରେ ତୀକ୍ଷ୍ଣ ଦୃଷ୍ଟି ଦିଆଯାଇଛି । ଅଗ୍ନିଶମ ବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ଏହା ଉପରେ ନଜର ରଖିବେ । ଏନେଇ ସମସ୍ତ ସେବାୟତ ମାନଙ୍କ ସହ ଆଲୋଚନା ହୋଇଥିବା ଜିଲ୍ଲାପାଳ କହିଛନ୍ତି । 

You Can Read:

ଗଛରେ ପିଟିହେଲା ଆମ୍ବୁଲାନ୍ସ: ରୋଗୀଙ୍କ ମୃତ୍ୟୁ, ୩ ଆହତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.