ବିସ୍ଫୋରଣ ପରେ ଆକ୍ସନ, ସିଲ୍ ହେଲା ବାଣ କାରଖାନା

Published By : Prameya-News7 Bureau | November 12, 2024 IST

ଭୁବନେଶ୍ୱର ୧୨।୧୧ :  ଇନ୍‌ଫୋସିଟି ଚୁନୁକୁଳିରେ ବାଣ କାରଖାନାରେ ଅଗ୍ନିକାଣ୍ଡ ମାମଲା । ଆକ୍ସନରେ କମିଶନରେଟ ପୋଲିସ । ବାଣ କାରଖାନାକୁ ସିଲ୍‌ କଲା ଇନ୍‌ଫୋସିଟି ଥାନା ପୋଲିସ । ଏହାସହିତ ବାଣ କାରଖାନା ମାଲିକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ବାଣ କାରଖାନା ଭିତରେ କେମିତି ଏବଂ କାହା ଅନୁମତି ଚାଲିଥିବା ଲେଡିଜ୍‌ ହଷ୍ଟେଲ୍‌ । ତାହାର ମଧ୍ୟ ତଦନ୍ତ କରୁଛି ପୋଲିସ ।   

ସେପଟେ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାର ଯାଞ୍ଚ ଆରମ୍ଭ କରିଛି। ସୋମବାର ଭୟଙ୍କର ବାଣ ବିସ୍ପୋରଣରେ ଉଡିଯାଇଛି ଘରର ଛାଡ଼,କାନ୍ଥ ଏବଂ ସବୁ ଝରକା। ଆଖପାଖ ଅଞ୍ଚଳରେ ମଧ୍ୟ ଅନେକ ଘର ଭାଙ୍ଗିଯାଇଛି। ଅଢେଇ ଘଣ୍ଟାରୁ ଅଧିକ ସମୟ ଅପରେସନ ପରେ ଅଗ୍ନିଶମ ବାହିନୀ ର ୪ଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଇନ୍‌ଫୋସିଟି ପଛ ପଟ ବସ୍ତିରେ ବଡ ଅଘଟଣ, ବାଣ କାରଖାନାରେ ନିଆଁ ଲାଗି ଉଡିଗଲା ଘରର ଛାତ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.