CSIR-UGC-NET ପରୀକ୍ଷା ସ୍ଥଗିତ, ଜୁନ୍ ୨୫-୨୭ରେ NTA କରିଥାନ୍ତା ଆୟୋଜନ

Published By : Prameya-News7 Bureau | June 21, 2024 IST

ନୂଆଦିଲ୍ଲୀ: CSIR-UGC-NET ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏହି ପରୀକ୍ଷାକୁ ନ୍ୟାସନାଲ ଟେସିଂ ଏଜେନ୍ସି ଦ୍ୱାରା ଆୟୋଜନ କରାଯାଇଥାଏ । ଏହି ପରୀକ୍ଷା ଆସନ୍ତା ଜୁନ୍ ୨୫,୨୬, ୨୭ରେ ଆୟୋଜନ ହେବାର ଥିଲା, କିନ୍ତୁ ପରୀକ୍ଷା ଆୟୋଜନ ପାଇଁ ସଂସାଧନ ଅଭାବ ଯୋଗୁଁ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା କୁହାଯାଇଛି । ଏନଟିଏ ପରୀକ୍ଷା ସ୍ଥଗିତ ପାଇଁ ନୋଟିଫିକେସନ ଜାରି କରିଛି । ଏହାସହ ଏହି ପରୀକ୍ଷା ଆୟୋଜନ ପାଇଁ ସଂଶୋଧିତ କାର୍ଯ୍ୟକ୍ରମ ଘୋଷଣା ପରେ ଘୋଷଣା କରାଯିବ ।

ଏନଟିଏ କହିଛି ଯେ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ନୂତନ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟକୁ ଯାଇ ଯାଞ୍ଚ କରୁଥିବେ । ଏହାସହ କୁହାଯାଇଛି ଯେ କୌଣସି ପ୍ରକାଶ ପ୍ରଶ୍ନ କିମ୍ୱା ସ୍ପଷ୍ଟୀକରଣ ପାଇଁ ପରୀକ୍ଷାର୍ଥୀ ହେଲ୍ପଡେକ୍ସର ୦୧୧-୪୦୭୫୯୦୦୦ରେ କଲ୍ କରିପାରିବେ ।

ଉଲ୍ଲେଖଯୋଗ୍ୟ ଯେ ସିଏସଆଇଆର-ୟୁଜିସି-ନେଟ୍ ଜୁନ୍ ୨୦୨୪ କମ୍ପ୍ୟୁଟର ଆଧାରିତ ପରୀକ୍ଷଣ (ସିବିଟି) ମାଧ୍ୟମରେ ୨୫ରୁ ୨୭ ଯାଏ ହୋଇଥାନ୍ତା । ଚଳିତ ବର୍ଷ ମୋଟ ୧୧,୨୧,୨୨୫ ଜଣ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ । ଏହା ପୂର୍ବରୁ ବୁଧବାର ଶିକ୍ଷା ମନ୍ତ୍ରଣାଳୟ ୟୁଜିସି ନେଟ୍ ଟେଷ୍ଟ ଜୁନ୍ ୨୦୨୪ ପରୀକ୍ଷାକୁ ରଦ୍ଦ କରିଥିଲା । ଚଳିତ ବର୍ଷ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ମଧ୍ୟ ଅନିୟମିକତା ଅଭିଯୋଗ ଆସିବା ପରେ ଏନଟିଏ ବିବାଦରେ ରହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.