ସିଦ୍ଧରମେୟାଙ୍କୁ ଭୋକାଲିଗା ସାଧୁଙ୍କ ଅନୁରୋଧ; ଇସ୍ତଫା ଦେଇ ଏବେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଅ

Published By : Prameya-News7 Bureau | June 27, 2024 IST

NDTV

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ କଂଗ୍ରେସ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଶୀତଳ ଯୁଦ୍ଧ ଜାରି ରହିଛି। ଯଦିଓ ଦଳର ହାଇକମାଣ୍ଡ ସିଦ୍ଧରମେୟାଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ତେବେ ମଝିରେ ମଝିରେ ଡି.କେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି ଜୋର୍ ଧରୁଛି। କେବେ ଦଳର ନେତାମାନେ ଦାବି କରୁଛନ୍ତି ତ କେତେବେଳେ ଶିବକୁମାର ସମର୍ଥକ। ମଝିରେ ମଝିରେ ଏଭଳି ଦାବି ହେଉଥିବାରୁ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଆସନ ଖବ୍ ଚର୍ଚ୍ଚାରେ ରହିଛି।

ନିକଟରେ ଜଣେ ଭୋକାଲିଗା ସମ୍ପ୍ରଦାୟର ସାଧୁ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ସିଦ୍ଧରମେୟାଙ୍କୁ ଅନୁରୋଧ କରିଛନ୍ତି। ରମେୟା ତାଙ୍କ ସ୍ଥାନ ଛାଡ଼ି ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାନ୍ତୁ ବୋଲି ସାଧୁ କହିଛନ୍ତି। ସିଦ୍ଧରମେୟା କ୍ୟାବିନେଟ୍‌ରୁ ଆଉ ୩ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇବାକୁ ଦାବି ଉଠିଛି। ବୀର୍ଶାଇଭା-ଲିଙ୍ଗାୟତ, ଏସ୍‌ସି-ଏସ୍‌ଟି ସମ୍ପ୍ରଦାୟରୁ ଉପମୁଖ୍ୟମନ୍ତ୍ରୀ ହେବା ଦରାକର ବୋଲି କ୍ୟାବିନେଟ୍‌ରେ ଦାବି କରାଯାଉଛି। ଯାହାକୁ ନେଇ ଭୋକାଲିଗା ସାଧୁ ଏଭଳି ଅନୁରୋଧ କରିଛନ୍ତି। 

ବିଶ୍ୱ ଭୋକାଲିଗା ମହାସମାସ୍ତାନ ମଠ ମହନ୍ତ କୁମାର ଚନ୍ଦ୍ରଶେଖରନାଥ ସ୍ୱାମୀଜୀ ସହରର ପ୍ରତିଷ୍ଠାତା କେମ୍ପେଗୋଡାଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଦ୍ଧରମେୟା ଏବଂ ଡି.କେ ଶିବକୁମାରଙ୍କ ଉପସ୍ଥିତିରେ ଏହି ସ୍ୱର ଉତ୍ତୋଳନ କରିଥିଲେ।

ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାର ମଧ୍ୟ ଭୋକାଲିଗା ସମ୍ପ୍ରଦାୟର।  କର୍ଣ୍ଣାଟକର ଦକ୍ଷିଣାଞ୍ଚଳରେ ଏହି ସମ୍ପ୍ରଦାୟର ପ୍ରଭାବ ରହିଛି। ଆଉ ଏହି ସମ୍ପ୍ରଦାୟର ଶିବକୁମାର ହେଉଛନ୍ତି ଏକମାତ୍ର ଉପମୁଖ୍ୟମନ୍ତ୍ରୀ। 

ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚନ୍ଦ୍ରଶେଖରନାଥ ସ୍ୱାମୀଜୀ କହିଛନ୍ତି “ସମସ୍ତେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ କ୍ଷମତାକୁ ଉପଭୋଗ କରିଛନ୍ତି। କିନ୍ତୁ ଆମର ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ହୋଇନାହାଁନ୍ତି। ତେଣୁ ଅନୁରୋଧ ହେଉଛି ଯେ ଭବିଷ୍ୟତରେ ସିଦ୍ଧରମେୟା, ଯିଏ ଏହି ପଦବୀରେ ପୂର୍ବରୁ ଅନୁଭବୀ ସେ ଦୟାକରି ଡି.କେ ଶିବକୁମାରଙ୍କୁ ପଦବୀ ହସ୍ତାନ୍ତର କରି ତାଙ୍କୁ ଆଶୀର୍ବାଦ ଦେବା ଉଚିତ୍।”

ଆୟୋଜିତ ଭିଡ଼କୁ ସମ୍ବୋଧନ କରି ଚନ୍ଦ୍ରଶେଖରନାଥ ସ୍ୱାମୀଜୀ କହିଛନ୍ତି “କେବଳ ସିଦ୍ଧରମେୟା ଚାହିଁଲେ ଏହା ହୋଇପାରିବ। ଅନ୍ୟଥା ସମ୍ଭବ ନୁହେଁ। ତେଣୁ 'ନାମକର' ସହିତ ମୁଁ ସିଦ୍ଧରମେୟ।ଙ୍କୁ ଅନୁରୋଧ କରୁଛି ୟେ ସେ ଡି.କେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାନ୍ତୁ।”

ସାଧୁଙ୍କ କଥାରେ କଣ ପ୍ରତିକ୍ରିୟା ରଖିଲେ ଶିବକୁମାର 

ଚନ୍ଦ୍ରଶେଖରନାଥ ସ୍ୱାମୀଜୀଙ୍କ ଅନୁରୋଧରେ ପ୍ରତିକ୍ରିୟା ଦେଇ ସିଦ୍ଧରମେୟା କହିଛନ୍ତି କଂଗ୍ରେସ ଏକ ହାଇ କମାଣ୍ଡ ପାର୍ଟି। ଏହା ଏକ ଗଣତନ୍ତ୍ର। ହାଇ କମାଣ୍ଡ ଯାହା କୁହନ୍ତି ଆମେ ତାହା ଅନୁସରଣ କରିବୁ। ଅନ୍ୟପଟେ ଶିବକୁମାର କହିଛନ୍ତି ଏହା ପୂର୍ବରୁ କୁହାଯାଇ ସାରିଛି। ଆମେ(ସିଦ୍ଧରମେୟା ଓ ଶିବକୁମାର) ଦିଲ୍ଲୀ ଯାଇ ରାଜ୍ୟର ସାସଂସଦଙ୍କ ସହ ଆଲୋଚନା କରିବୁ। କେନ୍ଦ୍ର ସରକାରଙ୍କ ଅନୁମୋଦନ ଅପେକ୍ଷାରେ ଥିବା ବିଭିନ୍ନ ପ୍ରୋଜେକ୍ଟ ବିଷୟରେ ଆଲୋଚନା ହେବ ବୋଲି ଶିବକୁମାର କହିଛନ୍ତି।  

ସୂଚନା ଥାଉକି କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିବା ପରେ ଶିବ କୁମାର ନା ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ବିବାଦ ଲାଗିଥିଲା। ତେବେ ହାଇକମାଣ୍ଡଙ୍କ ହସ୍ତକ୍ଷେପରେ ସିଦ୍ଧରମେୟାଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଥିଲା। ତେବେ ଅଢ଼େଇ ବର୍ଷରେ ବଦଳ ଫର୍ମୁଲାରେ ଦୁଇ ଜଣ ସହମତି ପ୍ରକାଶ କରିବାରୁ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ହୋଇଥିଲେ ବୋଲି କୁହାଯାଉଥିଲା। ହେଲେ କଂଗ୍ରେସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନଥିାଲା। ସିଦ୍ଧରମେୟାଙ୍କ ଅଢ଼େଇ ବର୍ଷ ପୂର୍ତ୍ତି ହେବାକୁ ଆହୁରି ଦେଢ଼ ବର୍ଷ ସମୟ ବାକି ରହିଛି। ତେବେ ଅଢେଇ ବର୍ଷ ପରେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ କି ନା ତାହା ସନ୍ଦେହରେ ରହିଛି।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.