ଜମୁଛି କଟକର ଆଦିବାସୀ ମେଳା, ନାଚ ଗୀତରେ କଂପୁଛି ମଞ୍ଚ

Published By : Prameya-News7 Bureau | September 10, 2024 IST

କଟକ୧୦/୯: ଆଦିବାସୀଙ୍କ ଜୀବନ ଶୈଳୀ ଓ ସଂସ୍କୃତିକୁ ନିଖୁଳ ଭାବରେ ଦେଖାଉଛନ୍ତି କଳକାର । ମାଦଳର ଶବ୍ଦରେ ଦୁଲୁକୁଛି ମଞ୍ଚ । କୋରାପୁଟରୁ ଆରମ୍ଭ କରି କେନ୍ଦୁଝର ଆଦିବାସୀଙ୍କର ଜୀବନଶୈଳୀକୁ ନୃତ୍ୟ ମାଧ୍ୟମରେ ନିଖୁଣ ଭାବରେ ଫୁଟାଉଛନ୍ତି କଳାକାର । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରର ଆଦିବାସୀ ନୃତ୍ୟ ସଂଗୀତର ଝଙ୍କାର ମଧ୍ୟ ଦେଖିବାକୁ ମିଳିଛି । କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ଆଦିବାସୀ ମେଳାରେ ଦର୍ଶକଙ୍କ ଖଚାଖଚ ଭିଡ ।

ଝାଡ଼ଖଣ୍ଡର ମୁଣ୍ଡାରୀ ଆଦିବାସୀଙ୍କ 'କର୍ମା'କୁ ଖୁବ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ କଳାକାର । ଯାହା ଦର୍ଶକଙ୍କୁ ଅନେକ ସମୟ ଯାଏ ବାନ୍ଧି ରଖିପାରିଥିଲା । ଶିକାରକୁ ଯିବା ସମୟରେ ମୁଣ୍ଡାରୀ ସଂପ୍ରଦାୟରେ ଏ ନୃତ୍ୟଗୀତର ପରମ୍ପରା ରହିଛି । ଧିରେ ଧିରେ ହଜିଯାଉଥିବା ଆଦିବାସୀ ପରମ୍ପରାକୁ ପୁଣି ଉଜ୍ଜିବିତ କରିବାକୁ ସୁନ୍ଦର ମାଧ୍ୟମ ହେଉଛି ଆଦିବାସୀ ମେଳାର ଏ ସାଂସ୍କୃତିକ ମଞ୍ଚ । ଆଦିବାସୀ ଲୋକଙ୍କୁ ପ୍ରୋତ୍ସାହନ କରିବା ସହ ସ୍ବାବଲମ୍ବୀ କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.