ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ସାଂସଦ ଭର୍ତ୍ତୃହରିଙ୍କ ବଡ ବୟାନ, କହିଲେ- ଏବେର ନୁହେଁ ୧୯୭୭ ମସିହାରୁ କରିଆସୁଛି ଦାବି

Published By : Prameya-News7 Bureau | September 13, 2024 IST

ଭୁବନେଶ୍ବର ୧୩।୯: ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ ମତ ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ସେ କହିଛନ୍ତି ନାମ ପରିବର୍ତ୍ତନ ପାଇଁ ମୁଁ ଏବେ ନୁହେଁ ୧୯୭୭ ମସିହାରୁ କହି ଆସୁଛି । ୮୦ ମସିହାରେ ମଧ୍ୟ ଏନେଇ ମୁଁ ଲେଖା ଲେଖିଛି । ଦେଶ ସ୍ୱାଧୀନ ହେବାରେ ୭୭ ବର୍ଷ ହୋଇଗଲାଣି । ରେଭେନ୍ସାର ନାମ ପରିବର୍ତ୍ତନ କରିବା ଏବେର ନୁହେଁ ବହୁ ଦିନର ଦାବି । ୧୯୪୯ ମସିହାରେ ବୃହତ୍ତର ଓଡିଶା ଗଠନ ହୋଇଥିଲା । ମୟୁରଭଞ୍ଜ ଓଡ଼ିଶାରେ ମିଶିଥିଲା । ଏହାପରେ ଓଡିଶା ବିଧାନସଭାରେ ନାମ ପରିବର୍ତ୍ତନ ପାଇଁ ଚର୍ଚ୍ଚା ହୋଇଛି । ସେତେବେଳେ ଶିକ୍ଷା ମନ୍ତ୍ରୀ ରଘୁନାଥ ମିଶ୍ର ଥିଲେ । ବିଭିନ୍ନ ସମୟରେ ଛାତ୍ରମାନେ ନାମ ପରିବର୍ତ୍ତନ ନେଇ ଆନ୍ଦୋଳନ ହୋଇଛି । ତାଙ୍କୁ ରାଜନେତାମାନେ ମଧ୍ୟ ସମର୍ଥନ ଦେଇଛନ୍ତି । ଅନୁରୂପ ଭାବରେ ଏବେ କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ କହିଲେ । କିନ୍ତୁ ଚର୍ଚ୍ଚା ଏବେ ବିବାଦ ପରେ ଗାଳିରେ ପରିଣତ ହୋଇଯାଇଛି । ନାମ ପରିବର୍ତ୍ତନର ନିଷ୍ପତ୍ତି ସରକାର ନେବେ । କିଏ କ’ଣ କହିଲା, ବ୍ୟକ୍ତିଗତ ସ୍ତରରେ ମୁଁ ଅକ୍ଷେପ କରେନାହିଁ ବୋଲି ଭର୍ତ୍ତୃହରି କହିଛନ୍ତି ।

You Can Read:

ବଜାରକୁ ଆସିଲା ଓମ୍ଫେଡ଼ ଗୋଲ୍ଡ ପ୍ଲସ୍ କ୍ଷୀର, ନୂଆ ପ୍ୟାକେଟ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଖୁବ୍‌ଶୀଘ୍ର ଆରମ୍ଭ ହେବ ଓମ୍ଫେଡ଼ ଭେଣ୍ଡିଂ ମେସିନ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.