ବଜାରକୁ ଆସିଲା ଓମ୍ଫେଡ଼ ଗୋଲ୍ଡ ପ୍ଲସ୍ କ୍ଷୀର, ନୂଆ ପ୍ୟାକେଟ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଖୁବ୍‌ଶୀଘ୍ର ଆରମ୍ଭ ହେବ ଓମ୍ଫେଡ଼ ଭେଣ୍ଡିଂ ମେସିନ୍

Published By : Prameya-News7 Bureau | September 13, 2024 IST

ଭୁବନେଶ୍ବର ୧୩।୯: ଗେରୁଆ ରଙ୍ଗ ପ୍ୟାକେଟ୍‌ରେ ଆସିଲା କ୍ଷୀର । ବଜାରକୁ ଆସିଲା ଓମ୍ଫେଡ଼ ଗୋଲ୍ଡ ପ୍ଲସ୍ କ୍ଷୀର ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନୂଆ କ୍ଷୀର ପ୍ୟାକେଟର ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନରେ ପ୍ରଥମ ଥର ପାଇଁ ଆୟୋଜିତ ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ମୌସୁମୀ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତରେ ଏହାର ଶୁଭାରମ୍ଭ କରାଯାଇଛି ।

ଏହି ଅବସରରେ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ହେବାକୁ ଯାଉଛି । ସେଥିପାଇଁ ପ୍ରାୟ ୧୪୨୪ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ପଲ୍ୟୁଟ୍ରି ପ୍ରଡକ୍ସନ ପାଇଁ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ପ୍ରସ୍ତୁତ ହେଉଛି । ଗାଈଗୋରୁଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା ପାଇଁ ଗୋମାତା ଯୋଜନା କରାଯାଇଛି । ବୁଲା ଗାଈଗୋରୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା କରାଯାଇଛି । ପଶୁ ସମ୍ପଦ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।

ନୂଆ କ୍ଷୀର ପ୍ୟାକେଟ୍‌କୁ ନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ନୂଆ କ୍ଷୀର ପ୍ୟାକେଟ୍‌ରେ ଫ୍ୟାଟ୍ ୧ ପ୍ରତିଶତ ଅଧିକ ରହିଛି । କ୍ରିମ୍ ଏବଂ ଟେଷ୍ଟ ଭଲ ଅଛି । ଲୋକଙ୍କ ଦ୍ୱାରା ଏହା ଗ୍ରହଣ ହେବ ।   ମାର୍କେଟ୍ ଚାହିଦା ଅନୁସାରେ ଏହାକୁ ଲଞ୍ଚ କରାଯାଇଛି । ଅଲଗା କ୍ଷୀର ବଜାରରେ ଯାହା ଅଛି ସେହି ଅନୁସାରେ ନୂଆ ଗୋଲଡ଼ ପ୍ଲସ୍ ରେଟ୍ ମଧ୍ୟ ପାଖାପାଖି ଅଛି । ରଙ୍ଗ ପରିବର୍ତ୍ତନ ସମାଜର ନିୟମ । ଏଥିରେ ଅସୁବିଧା ନାହିଁ । ପ୍ରଗତି ଓ ବିକାଶର କଥା ଆମେ କହୁଛୁ ।

ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଓମ୍ଫେଡ଼ ଭେଣ୍ଡିଂ ମେସିନ । ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଗ୍ରାହକ ପାଇପାରିବେ ଓମ୍ଫେଡ଼ର ସମସ୍ତ ସାମଗ୍ରୀ । ପ୍ରାଥମିକ ଭାବେ ଜନପଥରେ ଏହି ଭେଣ୍ଡିଂ ମେସିନ ବସାଇବାକୁ ଯୋଜନା କରିଛି ଓମ୍ଫେଡ଼ । ବିଏମ୍‌ସି ସହ ଏ ନେଇ ଆଲୋଚନା ହୋଇଛି । ସ୍ଥାନ, ଇଲେକ୍ଟ୍ରି ସବୁ କିଛି ସୁବିଧାକୁ ଆଲୋଚନାକୁ ନେଇ ଏହି ଯୋଜନାର ଶୁଭାରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ୨୦ଟି ଭେଣ୍ଡିଂ ମେସିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସାଇବା ନେଇ ସୂଚନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ଓମ୍ଫେଡ଼ର ମ୍ୟାନେଜିଂ ଡାଇରେକ୍ଟର ବିଜୟ ଅମୃତା କୁଲାଙ୍ଗେ । ମୌସୁମୀ ବୈଠକରେ ଏହାର ଡେମୋ ପ୍ରଦର୍ଶିତ ହୋଇଛି ।

You Can Read:

ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଜେଡିର ଏକ ସ୍ବତନ୍ତ୍ର ଟିମ୍, ଲୋକଙ୍କୁ ବାଣ୍ଟିଲେ ରିଲିଫ ସାମଗ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.