ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଜେଡିର ଏକ ସ୍ବତନ୍ତ୍ର ଟିମ୍, ଲୋକଙ୍କୁ ବାଣ୍ଟିଲେ ରିଲିଫ ସାମଗ୍ରୀ

Published By : Prameya-News7 Bureau | September 13, 2024 IST

ମାଲକାନଗିରି ୧୩।୯: ମାଲକାନଗିରି ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ରାଜ୍ୟ ବିଜେଡିର ଏକ ସ୍ବତନ୍ତ୍ର ଟିମ୍ । ଏଥିରେ ଅଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ମାଲକାନଗିରିର ପୂର୍ବତନ ବିଧାୟକ ମାନସ ମାଡକାମୀ ଓ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ । ମାଲକାନଗିରି ଜିଲ୍ଲାର କାଲିମେଳା, ପଡିଆ  ପୋଟେରୁ, କାଙ୍କୁରୁକୋଣ୍ଡା, କନ୍ୟାଆଶ୍ରମ, ଭେଜାଙ୍ଗିୱାଡା, ଭେଙ୍କେଟପାଲମ ଓ ସିମିଳିବାଞ୍ଛାର ବିଭିନ୍ନ ବନ୍ୟାଞ୍ଚଳ ବୁଲି ଲୋକଙ୍କୁ ରିଲିଫ ସାମଗ୍ରୀ ବାଣ୍ଟିଛନ୍ତି ବିଜେଡିର ଏହି ଟିମ୍ । ଏହାସହ ଗାଁ ଗାଁ ବୁଲି ବନ୍ୟାରେ    ଲୋକଙ୍କ କ୍ଷୟକ୍ଷତି ଆକଳନ କରିଛନ୍ତି । 

ବନ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାସ୍ତାଘାଟ ନଷ୍ଟ ହୋଇଥିବା ବେଳେ ଲୋକଙ୍କ ଘର     ଦ୍ବାର ଭାଙ୍ଗି ଯାଇଛି । ଶହ ଶହ ଏକର ଧାନ ଫସଲ ନଷ୍ଟ ହୋଇଛି । ହେଲେ ପ୍ରଶାସନିକ ଅଧିକାରୀ ମାନେ ଏସବୁର ଆକଳନ କରିବା ଲାଗି କୌଣସି ତତ୍ପରତା ଦେଖାଉ ନାହାନ୍ତି ବୋଲି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ସାଧାରଣ ବର୍ଷରେ ମାଲକାନଗିରି ଜିଲ୍ଲାରେ ଏପରି ବନ୍ୟା ହେଉଥିବା ବେଳେ ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ଅଧା ଅଞ୍ଚଳ ବୁଡିଯିବ ବୋଲି ପ୍ରଦୀପ ମାଝୀ କହିଛନ୍ତି । ମାଲକାନଗିରି ଜିଲ୍ଲାବାସୀ ଓ ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ଜୋରଦାର ଆନ୍ଦୋଳନ କରିବ ବୋଲିପ୍ରଦୀପ ମାଝୀ କହିଛନ୍ତି ।

You Can Read:

୪ ସାଙ୍ଗ ଏକାଠି ବସି ପିଉଥିଲେ ମଦ, ଦୁଇ ଜଣଙ୍କ ମଧ୍ୟରେ ମାରପିଟରେ ଚାଲିଗଲା ଜଣଙ୍କ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.