ଟ୍ରିପଲ ଇଞ୍ଜିନ ଜାଗାରେ ୫ଟା ଇଞ୍ଜିନ ଲଗାଇଲେ ବି ଯଦି ଇଞ୍ଜିନ ଚାଲିବ ନାହିଁ, ତାହେଲେ କ’ଣ କରାଯିବ : ପ୍ରସନ୍ନ ଆଚାର୍ଯ୍ୟ

Published By : Prameya-News7 Bureau | December 21, 2024 IST

ଭୁବନେଶ୍ବର ୨୧।୧୨: ମହାନଦୀ ଜଳ ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ଡବଲ୍ ଇଞ୍ଜିନ ଜାଗାରେ ଟ୍ରିପିଲ୍ ଇଞ୍ଜିନ ଆସିଛି । ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର । କିନ୍ତୁ ମହାନଦୀ ଜଳ ବିବାଦର ସମାଧାନ ଆହୁରି ବିଳମ୍ବିତ ହେଉଛି । ଟ୍ରିପଲ ଇଞ୍ଜିନ ସରକାର ଥାଇ ମଧ୍ୟ ମହାନଦୀ ବିବାଦର ସମାଧାନ ହୋଇପାରୁନାହିଁ । ସରକାର ଯେତେ ଇଞ୍ଜିନର ହେଉ ନା କାହିଁକି ତାହା ଚାଲିବା ଦରକାର ବୋଲି ପ୍ରସନ୍ନ କହିଛନ୍ତି । ଟ୍ରିପଲ ଇଞ୍ଜିନ ଜାଗାରେ ୫ଟା ଇଞ୍ଜିନ ଲଗାଇଲେ ବି ଯଦି ଇଞ୍ଜିନ ଚାଲିବ ନାହିଁ, ତାହେଲେ କ’ଣ କରାଯିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

You Can Read:

ଗହମ ଓ ଚାଉଳ ଗୋଦାମରେ ଗଚ୍ଛିତ ଅଛି, ଆବଶ୍ୟକ ପଡିଲେ ବଜାରରେ ବିକ୍ରି ହେବ : ପ୍ରଦୀପ ବଳ ସାମନ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.