ଭୁବନେଶ୍ବର ୧୨।୧୨: ଫେକ୍ ଗେମିଂ ପ୍ଲାଟ୍ଫର୍ମ ପ୍ରସ୍ତୁତ କରି ଠକେଇ । ୪ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । ଟେଲିଗ୍ରାମ, ଇନଷ୍ଟାଗ୍ରାମ, ହ୍ଵାଟ୍ସଆପ ଗ୍ରୁପ କରି ଲୋକ ମାନଙ୍କୁ ଲିଙ୍କ୍ ପଠାଉଥିଲେ । ଲୋଭନୀୟ ଅଫର ଦେଇ ଲୋକଙ୍କୁ ଖେଳିବା ପାଇଁ ପ୍ରବର୍ତ୍ତାଉଥିଲେ । ଏହି ଠକ ମାନେ ହଜାର ହଜାର ଲୋକଙ୍କୁ ଠକେଇ କରିଥିବା ସୂଚନା ମିଳିଛି ।
ଗିରଫ ୪ ସାଇବର ଠକଙ୍କ ମଧ୍ୟରେ ଉଚ୍ଚ ଶିକ୍ଷିତ ଥିବା ମଧ୍ୟ ଜଣାପଡିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ମୋବାଇଲ, ଲାପଟପ, ସିମ୍, ପାସପୋର୍ଟ, କମ୍ପ୍ୟୁଟର ଜବତ କରିଛି ପୋଲିସ । ଗିରଫ ସମସ୍ତ ସାଇବର ଠକ ରାଜ୍ୟ ବାହାରର ବୋଲି ଜଣାପଡିଛି । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ପ୍ରେଷ୍ଟିଜିୟସ ଆପାର୍ଟମେଣ୍ଟର ୬୦୨ନମ୍ବର ଫ୍ଲାଟ୍ରେ ଭଡ଼ା ନେଇ ରହୁଥିଲେ ।
You Can Read:
କଟକରେ ୫ ବକ୍ସ ଡ୍ରେନ୍ ନିର୍ମାଣ ପାଇଁ ଯୋଜନା, ଶିଶୁଭବନ ପରିସରରୁ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ