‘ବିପରଯୋୟ’କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ, ଗୁରୁବାର ସ୍ଥଳଭାଗ ଛୁଇଁପାରେ ବାତ୍ୟା

Published By : Prameya-News7 Bureau | June 12, 2023 IST

ନୂଆଦିଲ୍ଲୀ:  ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଘୁର୍ଣ୍ଣିଝଡ଼ ବିପରଯୋୟ ଅଧିକରୁ ଅଧିକ ଘନୀଭୂତ ହୋଇ ଭୟଙ୍କର ବାତ୍ୟାର ରୂପ ନେଉଛି।  ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରି ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବୈଠକ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟାର ଗତିବିଧି ଏବଂ ଏହାର ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଯାଇଛି।

ବୈଠକରେ ପ୍ରଧାନମନ୍ତ୍ରୀ ଜନଜୀବନ ସୁନିଶ୍ଚିତ ପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜରୁରୀକାଳୀନ ସେବା ବିଜୁଳି, ଯୋଗାଯୋଗ, ସ୍ଵାସ୍ଥ୍ୟ, ପିଇବା ପାଣି ଆଦି ବନ୍ଦୋବସ୍ତ ସୁନିଶ୍ଚିତ କରିବାକୁ କହିଛନ୍ତି। ଏଥିସହ ଗୃହପାଳିତ ପଶୁ ପକ୍ଷୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କହିଥିବା ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି।

wp:html /wp:html

ବାତ୍ୟା ବିପୟଯୋୟ ବର୍ତ୍ତମାନ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଗତି କରି ଉତ୍ତର ଦିଗକୁ ଅଭିମୁଖେ ମୁହାଁଉଛି। ଗୁଜରାଟର ପୋରବନ୍ଦରରୁ ପାଖାପାଖି ୩୪୦ କିଲୋମିଟର ଦୂରରେ ରହିଛି ବିପରଯୋୟ। ଜୁନ ୧୫ରେ କଚ୍ଛ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗୁଜରାଟର ଦକ୍ଷିଣ ଏବଂ ଉତ୍ତର ପାର୍ଶ୍ବବର୍ତ୍ତୀ ସମୁଦ୍ରକୂଳିଆ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଆରମ୍ଭ କରି ଦେଇଛନ୍ତି।

Biporjoy: Cyclone likely to make landfall in Gujarat; is second strongest  in the Arabian Sea after Tauktae

ଅଧିକାରୀଙ୍କ ଅନୁଯାୟୀ ଅଦ୍ୟାବଧି ଦ୍ଵାରିକା ଉପକୂଳରୁ ପାଖାପାଖି ୧୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କଚ୍ଛ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲାର ସ୍ଥାନୀୟ ପ୍ରଶାସନ ଲୋକଙ୍କ ସ୍ଥାନାନ୍ତର କାର୍ଯ୍ୟରେ ଜୁଟିଛନ୍ତି।

wp:heading {"level":4}

ଏ ଖବର ପଢନ୍ତୁ- ୪୮ଘଣ୍ଟା ଭିତରେ କେରଳ ଛୁଇଁପାରେ ମୌସୁମୀ, ଆରବସାଗରରେ ବାତ୍ୟା କରଛିି ବିଳମ୍ବ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.