ମୁମ୍ଵାଇ ୦୭।୦୧; ମଙ୍ଗଳବାରର ତିବ୍ଦତ ଏବଂ ନେପାଳରେ ଭୂକମ୍ପ ହୋଇଥିଲା । ଭାରତ ଏବଂ ବାଂଲାଦେଶର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର କେନ୍ଦ୍ରସ୍ଥଳ ଥିଲା ତିବ୍ଦତ । ଯେଉଁଠାରେ ୭.୧ ମ୍ୟାଗ୍ନିଚ୍ୟୁଟର ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି। ଚୀନ୍ର ବିବୃତ୍ତିରେ କୁହାଯାଇଛି ଯେ ନେପାଳ ସୀମା ନିକଟ ତିବ୍ଦତ ଅଞ୍ଚଳରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ୩୨ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି। ୩୮ ଜଣ ଆହତ ହୋଇଛନ୍ତି।
ସକାଳ ପ୍ରାୟ ୬.୫୨ ସମୟରେ ଏହି ଭୂକମ୍ପ ଘଟିଥିଲା। କାଠମାଣ୍ଡୁ, ଧାଡିଙ୍ଗ, ସିନ୍ଧୁପାଲଚୋକ୍, କାଭ୍ରେ, ମାକୱାନପୁର ଏବଂ ନେପାଳର ଅନ୍ୟାନ୍ୟ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଉତ୍ତର ଭାରତର ଅନେକ ସହରରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ଭାରତରୁ କୌଣସି ମୃତାହତ ହେବାର ଖବର ଆସିନାହିଁ। ଚୀନ ଭୂକମ୍ପ ନେଟୱାର୍କ କେନ୍ଦ୍ର ଦ୍ଵାରା ଜାରି କରାଯାଇଥିବା ଏକ ପୃଥକ ସୂଚନା ଅନୁଯାୟୀ ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିଲା।