ହୋଟେଲରେ ରହୁଥିବା ଲୋକଙ୍କ ଡାଟା ଦିଅ, ନହେଲେ ହେବ ଆକ୍ସନ- ଭୁବନେଶ୍ୱର ଡିସିପି

Published By : Prameya-News7 Bureau | June 27, 2024 IST

ଭୁବନେଶ୍ୱର ୨୭।୦୬ : ସହରରେ ହୋଟେଲରେ ରହୁଥିବା ଲୋକଙ୍କ ଡାଟା ଦିଅ ନଦେଲେ ହେବ ଆକ୍ସନ। କମିଶନରେଟ ପୋଲିସର ବିଭିନ୍ନ ହୋଟେଲ ଜୋରଦାର ଚଢାଉ ପରେ ଏପରି କହିଛନ୍ତି ଭୁବନେଶ୍ୱର ଡିସିପି ।  

ଖାରବେଳନଗର , କ୍ୟାପିଟାଲ, ସହିଦନଗର, ଭରତପୁର, ଲକ୍ଷ୍ମୀସାଗର, ବଡଗଡ, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଥାନା ଅଞ୍ଚଲରେ ଥିବା ହୋଟେଲ ଗୁଡ଼ିକରେ ଚଢାଉ ହୋଇଛି । ଅପରାଧୀଙ୍କ ଉପରେ କଡା ନଜର ରଖିବାକୁ ପୋଲିସ୍ ର ଚେକିଁ ହୋଇଥିଲା । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ରେଜିଷ୍ଟର ଚେକିଂ ବୁକିଂ ଆଦି ସବୁକୁ ଯାଞ୍ଚ କରିଛନ୍ତି ଅଧିକାରୀମାନେ। ସେଫ୍ ସିଟି ଡ୍ରାଇଭ୍ ଅଭିଯାନରେ ରାତି ବେଳେ ଏହି ହୋଟେଲ ଗୁଡ଼ିକରେ ଚେକିଂ କରାଯାଇଛି । ସରାଇ ଆପ ଜରିଆରେ ସମସ୍ତ ରହଣୀମାନଙ୍କ ଡାଟା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ବର ଡିସିପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.