ଜ୍ୱରରେ ପୀଡିତ ମହାପ୍ରଭୁ, ଅଷ୍ଟମୀ ତିଥିରେ ଚାଲିଛି ଠାକୁରଙ୍କ ଓଷ ଲାଗି

Published By : Prameya-News7 Bureau | June 30, 2024 IST

ପୁରୀ ୩୦।୦୬ :  ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁଙ୍କର ସୁସ୍ଥତା ପାଇଁ ଅଣସର ଘରେ ଦଇତାପତି ସେବାୟତ ମାନେ ଗୁପ୍ତ ସେବା କରୁଛନ୍ତି। ଆଜି ଅଣସରର ନବମ ଦିନ ଅଷ୍ଟମୀ ତିଥିରେ ମହାପ୍ରଭୁଙ୍କୁ ଓଷ ଲାଗି କରାଯାଉଥିବା ବେଳେ ଆଜି ହେଉଛି ଏହାର ଅନ୍ତିମ ଦିବସ। 

ସେହିପରି ସୋମବାର ଦଶମୀ ତିଥିରେ ଚକା ବିଜେ ସହ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି କରାଯିବ। ଏହାପରେ ଏକାଦଶୀରେ ଖଳୀଲାଗି, ଦ୍ୱାଦଶୀରେ ରାଜପ୍ରସାଦ ବିଜେ, ତ୍ରୟୋଦଶୀରେ ଘଣାଲାଗି ଓ ୫ ତାରିଖ ଶୁକ୍ରବାର ଖଡ଼ି ପ୍ରସାଦ ଲାଗି ସହ ବନକଲାଗି କରାଯିବ। ସେପଟେ ମହାପ୍ରଭୁ ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ତିନି ରଥକୁ ଶେଷ ସ୍ପର୍ଶ ଦେଉଛନ୍ତି ନିର୍ମାଣ କାରୀ। 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.