ସରକାରୀ ଅନୁଦାନ ଅର୍ଥ ହେରେଫେର ମାମଲା, ପୂର୍ବତନ ମହିଳା ସାମାଜିକ ଶିକ୍ଷା ଅଧିକାରୀଙ୍କୁ ଜେଲ ଦଣ୍ଡ

Published By : Prameya-News7 Bureau | June 29, 2024 IST

ବ୍ରହ୍ମପୁର:  ସରକାରୀ ଅନୁଦାନ ଅର୍ଥ ହେରେଫେର ମାମଲା ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ମହିଳା ସାମାଜିକ ଶିକ୍ଷା ଅଧିକାରୀ ପି. ଆଦିଲକ୍ଷ୍ମୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ବ୍ରହ୍ମପୁର ଦ୍ୱାରା ଦଣ୍ଡିତ। ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ବ୍ରହ୍ମପୁର।

କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜରିମାନା ଏବଂ ଅନ୍ୟ ଏକ ମାମଲାରେ ଏକ ବର୍ଷ ଜେଲ ଦଣ୍ଡାଦେଶ ସହ ଦୁଇ ହଜାର ଟଙ୍କା ଜରିମାନା ରାୟ ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ବ୍ରହ୍ମପୁର । ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ ପାଇଁ ବିଭାଗୀୟ ଅଧିକାରୀଙ୍କୁ ସୁପାରିଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.