ଗାଁରୁ ବାସନ୍ଦ ଭୟରେ ମେଡିକାଲରୁ ଉଠିଲାନି ଶବ, ୫ ଘଣ୍ଟାରୁ ଅଧିକ ସମୟ ପଡି ରହିଲା

Published By : Prameya-News7 Bureau | June 15, 2024 IST

ବଲାଙ୍ଗୀର ୧୫।୬: ଆଜିର ଯୁଗରେ ମଧ୍ୟ ଜାତି ଭେଦଭାବରୁ ଦୂରେଇ ନାହାନ୍ତି ଲୋକ । ଆଜି ମଧ୍ୟ ଅନ୍ୟ ଜାତିକୁ ନେଇ ବାସନ୍ଦ କରିବା ଭଳି କଠୋର ପଦକ୍ଷେପ ନେଉଛନ୍ତି । ପୁଣି ଏଭଳି ଏକ ଦୃଶ୍ୟ ଆଜି ଦେଖିବାବୁ ମିଳିଥିଲା ବଲାଙ୍ଗୀର ଭୀମଭୋଇ ମେଡିକାଲରେ । 

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ବରାହମାଲ ଗାଁର ୩୫ ବର୍ଷୀୟ ଉପେନ୍ଦ୍ର ବଗର୍ତ୍ତିଙ୍କ ମୃତଦେହ ୫ ଘଣ୍ଟାରୁ ଅଧିକ ସମୟ ମେଡିକାଲରେ ପଡିରହିଥିଲା । ତାଙ୍କ ପରିବାରର କେହି ତାଙ୍କୁ ନେବାକୁ ଆସିନଥିଲେ। ତାଙ୍କ ସ୍ତ୍ରୀ ଭାଗ୍ୟବତୀ ନାଏକ ଓ ଦୁଇ ଶିଶୁ ତାଙ୍କ ପାଖରେ ଥିବା ବେଳେ ଗାଁ ସହ ପରିବାର ଲୋକଙ୍କୁ ମୃତ୍ୟୁ ଖବର ଦିଆଯାଇଥିଲା ହେଲେ କେହି ଆସିନଥିଲେ। ଉପେନ୍ଦ୍ରଙ୍କ ଝାଡାବାନ୍ତିରୁ ଦେହ ଖରାପ ହୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ହେଲେ ଉପେନ୍ଦ୍ର ବାହା ହୋଇଥିବା ଝିଅ ଭାଗ୍ୟବତୀଙ୍କ ଘର ସମ୍ବଲପୁରରେ ଓ ସେ  ଅନ୍ୟଜାତିର ହୋଇଥିବାରୁ ଉପେନ୍ଦ୍ରଙ୍କ ଘର ଲୋକଙ୍କୁ ପରିବାର ଲୋକ ଓ ଗାଁ ଲୋକ ବାସନ୍ଦ କରିବେ ଭାବି କେହି ଯାଇନଥିଲେ । ମୃତ୍ୟୁ ପରେ ଗାଁର ସମ୍ପର୍କୀୟ ଭାଇ ଓ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ମୃତଦେହକୁ ନେଇ ସ୍ଥାନୀୟ ବିଜାଖମନ ଠାରେ ଦାହ ସଂସ୍କାର କରିଥିଲେ । ସେପଟେ ଏନେଇ ଭୀମଭୋଇ ମେଡିକାଲ ଫାଣ୍ଡି ପୋଲିସ ଏହି ଘଟଣାର ତଦନ୍ତ କରି ସଇଁନ୍ତଳା ପୋଲିସ ଦ୍ୱାରା ତଦନ୍ତ କରାଯିବା ନେଇ ସୂଚନା ମିଳିଛି। 

You Can Read :

ପାରାଦୀପ ବନ୍ଦରରୁ ହଟିଲା କଟକଣା, ଆରମ୍ଭ ହେଲା ମାଛଧରା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.