ପାଟଣାଗଡ଼ ୧୫।୬: ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ କଲେଜ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ l ଦୁର୍ଘଟଣା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି l
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା କେନ୍ଦୁମୁଣ୍ଡିରୁ ଲରମ୍ଭା ଥାନା ଖୁର୍ସେଲକୁ ଜନ୍ମଦିନ ଉତ୍ସବରେ ଯୋଗ ଦେବା ପାଇଁ ଗୋଟିଏ ଅଟୋରେ ୧୪ ଜଣ ଆସୁଥିବା ବେଳେ ଦୁର୍ଘଟଣା । ଘସିଏନ କଲେଜ ଛକ ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା l ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ଆହତ ମାନଙ୍କୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିବା ବେଳେ ଡ୍ରାଇଭର ଅଧିକ ଗୁରୁତର ହେବାରୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଡ୍ରାଇଭର ହେଲେ ପାଟଣାଗଡ଼ ଥାନା ଫୁଡ଼ୁକୁପଡା ଗାଁର ନଳ ମଲ୍ଲିକ l ଅନ୍ୟ ଆହତମାନେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଦରକାର ପଡିଲେ ସେମାନଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇପାରେ ବୋଲି ଡାକ୍ତର ସୂଚନା ଦେଇଛନ୍ତି l
You Can Read :