ଖୁବ୍‌ଶୀଘ୍ର ପୂରଣ ହେବ ଖାଲି ପଡିଥିବା ଡାକ୍ତର ପଦବୀ, ‘X’ ରେ ଆକ୍ଟିଭ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | June 21, 2024 IST

ବଲାଙ୍ଗୀର ୨୧।୬: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ମନ୍ତ୍ରୀ ହେବା ପରେ ବଲାଙ୍ଗୀରରେ ପ୍ରଥମ ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସ୍ଥାନୀୟ ଡିଆରଡିଏ ଠାରେ ଆୟୋଜିତ ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ଭୀମଭୋଇ ମେଡିକାଲ କଲେଜ ଡିନ୍, ସମସ୍ତ ପିଏଚସି, ସିଏଚସି, ଏସଡିଏଚ ସହ ଜିଲ୍ଲା ହେଡକ୍ଵାର୍ଟର ଓ ମେଡିକାଲ କଲେଜର ସମସ୍ତ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ । ଏହାସହ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ଟିଟିଲାଗଡ଼ ବିଧାୟକ ନବୀନ ଜୈନ୍ ଉପସ୍ଥିତ ଥିଲେ । ତେବେ ବର୍ଷ ବର୍ଷ ଧରି ଖାଲି ପଡିଥିବା ଡାକ୍ତର ପଦବୀ ପାଇଁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇ ତୁରନ୍ତ ସମସ୍ୟାର ସମାଧାନ କରାଯିବ। ବହୁ ଡାକ୍ତର ଛୁଟିରେ ରହି କାମ କରୁନଥିବା ବେଳେ ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବେ । ନ ଦେଲେ ସେହି ପୋଷ୍ଟ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସବୁଠୁ ବଡ଼ ନିଷ୍ପତ୍ତି ପିଏଚସି, ସିଏଚସି, ଏସଡିଏଚ ହେଡକ୍ବାର୍ଟର ସହ ମେଡିକାଲ କଲେଜରେ ଯେଉଁ ସୁପରିଟେଣ୍ଡେଣ୍ଟ ସହ ଅଧିକାରୀ ମାନେ ଅଛନ୍ତି ସେମାନଙ୍କୁ ‘X’ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଆକ୍ଟିଭ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  । ଏହା ସହ ବର୍ତ୍ତମାନ କିଭଳି ଚାଲିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା ସେନେଇ ଆଲୋଚନା କରିଥିଲେ ।

You Can Read :

ଯୋଗ କଲେ ସପ୍ତମ ବାଟାଲିୟନର ୪ ହଜାରରୁ ଅଧିକ ଏନସିସି କ୍ୟାଡେଟ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.