ଯୋଗ କଲେ ସପ୍ତମ ବାଟାଲିୟନର ୪ ହଜାରରୁ ଅଧିକ ଏନସିସି କ୍ୟାଡେଟ୍

Published By : Prameya-News7 Bureau | June 21, 2024 IST

ଭଦ୍ରକ ୨୧।୬: ବିଶ୍ୱ ଯୋଗ ଦିବସ ଅବସରରେ ଯୋଗ କଲେ ଏନସିସି କ୍ୟାଡେଟ୍ । ଭାରତର ସର୍ବବୃହତ ଏନସିସି ବାଟାଲିୟନ ସପ୍ତମ ଓଡିଶା ବାଟାଲିୟନର ୪ ହଜାର ୫ ଶହରୁ ଅଧିକ କ୍ୟାଡେଟ୍ ଯୋଗ ଦିବସରେ ଯୋଗ କରିଛନ୍ତି । ଦେଶର ସବୁଠାରୁ ବଡ଼ ବାଟାଲିୟନ ହେଉଛି ଭଦ୍ରକ ଜିଲ୍ଲାର ସପ୍ତମ ଓଡିଶା ବାଟାଲିୟନ । ଏହି ବାଟାଲିୟନ ଅଧିନରେ ୭୮ ସ୍କୁଲ ଓ କଲେଜର ଏନସିସି ଶାଖା ରହିଛି । ଭଦ୍ରକ, ବାଲେଶ୍ୱର, ଯାଜପୁର, କେଉଁଝରର ଆଂଶିକ ଅଞ୍ଚଳରେ ଏନସିସି କ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦିଆଯାଏ । ସପ୍ତମ ବାଟାଲିୟନର ଆଡ଼ମିନିଷ୍ଟ୍ରେଟିଭ ଅଫିସର ଲେଫ୍ଟନେଣ୍ଟ କର୍ଣ୍ଣଲ ଅନୀଲ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦେଶ ଗଠନରେ ଏମାନଙ୍କ ପଦଧ୍ଵନି ମିଳିବ । ଏହି କ୍ୟାଡେଟ ମାନେ ଆଗକୁ ଆସି ଦେଶର କାମରେ ଆସିବେ । ଆମେ କ୍ୱାଲିଟି କ୍ୟାଡ଼େଟ ତିଆରି କରିବୁ ।

You Can Read :

୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.