ଆକ୍ସନରେ ପୋଲିସ, ଚୋରା ସୁନା କିଣିବା ଅଭିଯୋଗରେ ଚଢ଼ାଉ

Published By : Prameya-News7 Bureau | June 26, 2024 IST

ଭଦ୍ରକ ୨୬।୦୬: ଚୋରା ସୁନା କିଣିବା ଅଭିଯୋଗରେ ଚଢ଼ାଉ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ଦୋବଲ ବଜାରରେ ଥିବା ଚନ୍ଦନ ଜୁଏଲାରୀ ଉପରେ ଯାଜପୁର ଓ ଧାମନଗର ପୋଲିସ ପକ୍ଷରୁ ଚାଲିଛି ଚଢ଼ାଉ ଚାଲିଛି ।

ଖବର ଅନୁଯାୟୀ, ଚୋରୀ ସୁନା କାରବାରକୁ ନେଇ ଗତ କିଛି ଦିନ ତଳେ ସୋଧ ଅଞ୍ଚଳରୁ ଗୌତମ କୁଣ୍ଡୁ ନାମକ ଏକ ସୁନା ଦୋକାନକୁ ପୋଲିସ ଗିରଫ କରିଥିଲେ । ଏହା ପରେ ବୁଧବାର ଦିନ ଚନ୍ଦନ ଜୁଏଲାରୀ ଉପରେ ଚଢ଼ାଉ ଜାରି ରଖିଛି । ତେବେ ଘଟଣାକୁ ନେଇ ପୋଲିସ କୌଣସି ସୂଚନା ଦେଇନଥିବା ବେଳେ ଚୋରି ସୁନା କିଣିବା ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.