ବନ୍ଧୁକ ମୁନରେ ଟଙ୍କା-ଲାପ୍‌ଟପ୍‌-ବାଇକ୍ ଲୁଟ୍, ବିରୋଧ କରିବାରୁ ବ୍ଲାଙ୍କ ଫାୟରିଂ

Published By : Prameya-News7 Bureau | June 21, 2024 IST

ଭଦ୍ରକ ୨୧।୦୬ : ଲୁଟ୍‌ କରି ଚମ୍ପଟ ମାରିବା ବେଳେ ଧରିନେଲେ ସ୍ଥାନୀୟ ଲୋକେ । ମାଡ଼ ମାରିବା ସହ କାବୁ କରିବାକୁ ଉଦ୍ୟମ ବେଳେ ଚମ୍ପଟ ମାରିଲେ ଲୁଟେରା । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ସାବରଙ୍ଗ ବଜାରରେ ଏସ୍‌ସିଏସ କର୍ମଚାରୀଙ୍କୁ ଗୁଳି ମାରିବା ଘଟଣାରେ ପୋଲିସର ତନାଘନା ଜାରି । 

ଖବର ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ସାବରଙ୍ଗ ଥାନା ସାବରଙ୍ଗ ବଜାରରେ ଗୁଳିକାଣ୍ଡ ହୋଇଥିଲା । ୩ଟି ବାଇକ୍‌ରେ ୬ ଜଣ ଲୁଟେରା ଆସିଥିଲେ । ସିଏସ୍‌ସି ସେଣ୍ଟରରେ ଓମ୍‌ ପ୍ରକାଶ ସାହୁ ଦୋକାନ ବନ୍ଦ କରିବା ଯିବା ସମୟରେ ଲୁଟେରାମାନେ ଆସି ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା, ଲାପ୍‌ଟପ୍‌ ଏବଂ ବାଇକ୍‌ ଚାବି ନେଇଯାଇଥିଲେ । ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ । ଶେଷରେ ଲୁଟେରାମାନେ ରଖିଥିବା ବନ୍ଧୁକରୁ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଘଟଣାସ୍ଥଳରେ ଚମ୍ପଟ ମାରିଥିଲେ । ସେପଟେ ସାବରଙ୍ଗ ଥାନା ପୋଲିସ ଏବଂ ଭଦ୍ରକ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.